ଜୀବନ ଏକକ ଓ ଏକାକାର ସମ୍ପର୍କିତ କର୍ମଶାଳା

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : ସ୍ଥାନୀୟ ପ୍ରତିଭା ଆବାସିକ ମହାବିଦ୍ୟାଳୟ ପରିସରରେ ଆଜି ଜୀବନର ଏକକ ଓ ଏକାକାର ସମ୍ପର୍କୀୟ କର୍ମଶାଳା ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠି ହୋଇଯାଇଛି । ଏଥିରେ ଉକ୍ରଳ ବ୍ରହ୍ମ ବିଦ୍ୟା ସଂଘର ସଭାପତି ପ୍ରଫେସର ସହଦେବ ପାତ୍ର ଏବଂ ଭୂବନେଶ୍ୱର ବ୍ରହ୍ମ ବିଦ୍ୟା ଶାଖାର ଅଶୋକ ପଟ୍ଟନାୟକ ଯୋଗଦେଇ ବ୍ରହ୍ମ ବିଦ୍ୟାର ବିଭିନ୍ନ ଦିଗ ସମ୍ପର୍କରେ ତାତ୍ୱିକ ଅଭିଭାଷଣ କରିଥିଲେ । ପ୍ରାୟ ଦୁଇଶହ ଛାତ୍ରଛାତ୍ରୀ ଉକ୍ତ ଆଧ୍ୟାତ୍ମିକ ବାଣୀ କୁ ନିଜ ଜୀବନ ଧର୍ମରେ ନୈତିକ ଓ ବାସ୍ତବତାର ଶୈଳୀ ଆପଣେଇବା ପାଇଁ ସଂକଳ୍ପବଦ୍ଧ ଓ ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତିଭା ଆବାସିକ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ