ଜୀବନ ଜୀବିକା ପାଇଁ ଅନିର୍ଦ୍ଧିିଷ୍ଟ କାଳ ପାଇଁ ଧାରଣାରେ ବସିଲେ ହଜାର ହଜାର ଗ୍ରାମବାସୀ

ଯୋଡା, (ସମୀର କୁମାର ଦାସ) : କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳର ଜଜାଙ୍ଗ ଗ୍ରାମପନ୍‌ଚାୟତ ଅଧିନରେ ଥିବା ଜଜାଙ୍ଗ ଲୌହ ଖଣିରେ ନିଯୁକ୍ତି, ଲୋଡିଂ, ପରିବହନ ସହିତ ବିଭିନ୍ନ ମୌଳିକ ସୁବିଧା ପ୍ରଦାନ ପ୍ରଭୃତି ଦାବି ନେଇ ଚାରିଗୋଟି ଗ୍ରାମପନ୍‌ଚାୟତର ଗ୍ରାମବାସୀ ମାନେ ସୋମବାର ଧାରଣା ଦେଇଛନ୍ତି । ଚାରିଗୋଟି ଗ୍ରାମପନ୍‌ଚାୟତ ଯଥା: ଜଜାଙ୍ଗ, ଜୁରୁଡି, ପଳସା ଓ ଜଲହରି ର ପ୍ରାୟ ଚାରି ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏହି ଧାରଣାରେ ବସିଥିଲେ । ସେମାନଙ୍କ ଦାବି ଗୁଡିକ ହେଲା- ଖଣିରେ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ପାଇଁ ଶ୍ରମିକ ଭାବେ ନିଯୁକ୍ତି, ବେକାର ଶିକ୍ଷିତ ଯୁବତୀ, ଯୁବକ ଏବଂ ଡ୍ରାଇଭର ଓ ହେଲପରଙ୍କୁ ନିଯୁକ୍ତି, ପୂର୍ବ ଲିଜ୍‌ଧାରୀ ରୁଙ୍ଗ୍‌ଟା ଖଣିରେ ତା-୩୧.୦୩.୨୦୨୦ରିଖରୁ ଛୋଟେଇ ହୋଇଥିବା ଶ୍ରମିକ ଓ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ, ପୂର୍ବରୁ ରୁଙ୍ଗ୍‌ଟା ଖଣି ସହିତ ରେଳ ସାଇଡିଂରେ ହେଉଥିବା ଲୋଡିଂ କାର୍ଯ୍ୟକୁ ଚୁକ୍ତି ମୁତାବକ ଚାରିଗୋଟି ଗ୍ରାମପନ୍‌ଚାୟତ ବାସୀଙ୍କୁ ପ୍ରଦାନ, ପନ୍‌ଚାୟତ ବାସୀଙ୍କ ସ୍ୱାସ୍ଥ୍ୟ ପାଇଁ ୫୦ ଶଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ଓ ପନ୍‌ଚାୟତ ର ସମସ୍ତ ସ୍କୁଲ୍ ଗୁଡିକରେ କମ୍ପାନୀ ପକ୍ଷରୁ ଶିକ୍ଷକ ନିଯୁକ୍ତି, ପନ୍‌ଚାୟତ ଗୁଡିକର ପାରିପାଶ୍ୱିକ ଉନ୍ନୟନ ଯଥା- ପାନୀୟ ଜଳ, ରାସ୍ତା ଘାଟ, ଉଚ୍ଚ ଶିକ୍ଷା ପାଇଁ ସ୍କୁଲ ବସ୍ ର ବ୍ୟବସ୍ଥା କରାଯିବା ପ୍ରଭୃତି ଦାବୀ କରି ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିବା ଜଜାଙ୍ଗ ସରପନ୍‌ଚ ରତ୍ନମଣି ନାଏକ, ଜଲହରି ସରପନ୍‌ଚ ମିତା ମୁଣ୍ଡା, ପଳସା ସରପନ୍‌ଚ ନିରୁପମା ନାଏକ ଓ ଜୁରୁଡିର ସରପନ୍‌ଚ ସୁଜାତା ହେମ୍ବ୍ରମ୍ ଓ ସମିତି ସଭ୍ୟ ମାନେ ପ୍ରକାଶ କରିଛନ୍ତି । ପ୍ରବଳ ଜନ ସମାଗମ ହେତୁ ଆଇନ ଶୃଙ୍ଖଳା ପରିସ୍ଥିତି କୁ ନିୟନ୍ତ୍ରଣ ପାଇଁ ବାମେବାରୀ ଥାନା ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ବଡବିଲ ଏସ୍‌ଡିପିଓ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ଅପରାହ୍ନ ୫ଟା ପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇନଥିବା ଜଜାଙ୍ଗ ଗ୍ରାମପନ୍‌ଚାୟତର ସରପନ୍‌ଚ ରତ୍ନମଣି ନାଏକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ