ଜୀବନ ଜୀବିକା ପ୍ରଭାବିତ, ସବୁ ପରିବାରକୁ ରାସନ ପ୍ରଦାନ ଦାବି
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ/ଶେଷଦେବ ସାହୁ) : ସାରା ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିବା ପରେ ଅନେକ ପରିବାରର ଜୀବନ ଜୀବିକା ପ୍ରଭାବିତ ହୋଇଛି । ଦିନ କେତେ ପରେ ସ୍ୱାଚ୍ଛନ୍ଦରେ ଚଳୁଥିବା ପରିବାର ଏବେ ଲକଡ଼ାଉନ ପରେ ବିବିଶ ଓ ପୁଣିଥରେ ସ୍ୱାଭାବିକ ଜୀବନକୁ କିପରି ଫେରିବେ, ସେଥିନେଇ ଚିନ୍ତାଗ୍ରସ୍ତ ହୋଇ ପଡ଼ିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ପରିବାରକୁ ଅଗ୍ରୀମ ୩ ମାସର ଖାଦ୍ୟ ପ୍ରଦାନ କରିବା ଓ ବିଭିନ୍ନ ହିତାଧିକାରୀଙ୍କୁ ସରକାର ଅଗ୍ରୀମ ୩ ମାସର ଭତା ପ୍ରଦାନ କରିଛନ୍ତି । ତେବେ ବିଭିନ୍ନ କାରଣରୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡ଼ିଥିବା ପରିବାରଙ୍କୁ ମଧ୍ୟ ଏହି ସମୟରେ ରାସନ ପ୍ରଦ।।ନ କରିବା ପାଇଁ ଦାବି ହୋଇଛି । ବିଶେଷ କରି ବହୁ ନିମ୍ନ ମଧ୍ୟବିତ୍ ପରିବାର ରାଜନୈତିକ ବାଛବିଚାରକୁ ନେଇ ହେଉ କିମ୍ବା ସରକାରୀ କର୍ମଚାରୀଙ୍କ ପ୍ରୀୟାପୀତି ତୋଷଣରେ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି । ତେଣୁ ଏଭଳି ଦୁର୍ଦ୍ଦିନ ସମୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ନଥିବା ପରିବାରକୁ ମଧ୍ୟ ମୁଣ୍ଡପିଛା ରାସନ ପ୍ରଦାନ କରିବାକୁ ବିକାଶ ମଂଚ ଦଭାପତି ପ୍ରମୋଦ କୁମାର ପଣ୍ଡା ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଏଥିସହ ଲକଡ଼ାଉନ ସମୟରେ ଜନତାଙ୍କ ସେବା କରୁଥିବା ପୁଲିସ ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି, ସଫେଇ କର୍ମଚାରୀଙ୍କୁ ସ୍ୱତନ୍ତ୍ର ବୀମାଭୁକ୍ତ କରିବା ଲାଗି ସରକାରଙ୍କୁ ଦାବି ଜଣାଇଛନ୍ତି ।