ଜୀବନ ଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ୍ ଶିବିର କାର୍ଯ୍ୟକ୍ରମ

ରାଇକିଆ,(ଆଦିତ୍ୟ ପାଢ଼ୀ):କନ୍ଧମାଳ ଜିଲା ରାଇକିଆ ବ୍ଲକ ଜୀବନ ଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା, ବିଜ୍ଞାନ ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମସୁରକ୍ଷା ତାଲିମ୍ ଶିବିର କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଅଛି l ଉକ୍ତ ଆତ୍ମସୁରକ୍ଷା ତାଲିମ୍ ଶିବିର ମାଷ୍ଟର ଟ୍ରେନର ସୁନେଲି ପଲେଇଙ୍କ ପରିଚାଳନାରେ ଆସନ୍ତା ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁରହିବ l ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଭାକର ରାଜୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଲିଜାଲିନ ଭୋଇ ସ୍ୱାଗତ ଭାଷଣ ସହ ଉପସ୍ଥିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଇକିଆ ଅଗ୍ନିଶମ ବିଭାଗର ଅଧିକାରୀ ମନୋଜ କୁମାର ସାହୁ ସଂମ୍ମାନିତ ଅତିଥି ଭାବେ ଅଗ୍ନିଶମ ବିଭାଗ ର କର୍ମଚାରୀ ଟୁଟୁ ପଲାଇ, ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଉମାକାନ୍ତ ରଥ, ଅଧ୍ୟାପକ ଡାଃ ସନ୍ତୋଷ ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ଅତିଥି ମାନେ ଛାତ୍ରୀ ମାନଙ୍କୁ ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା ତାଲିମ୍ ର ଗୁରୁତ୍ୱ ସମ୍ପର୍କରେ କହିବା ସହ ଶାରୀରିକ ଏବଂ ମାନସିକ ସ୍ଥିତିରେ ସୁଦୃଢ ହେବାକୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ l ପରିଶେଷରେ ଅଧ୍ୟାପିକା କାଜଲ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ