ଜୀବନ ଜ୍ୟୋତି କଲେଜ ଆତ୍ମସୁରକ୍ଷା ତାଲିମ୍ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ବଣ୍ଟନ କାର୍ଯ୍ୟକ୍ରମ
ରାଇକିଆ, (ଆଦିତ୍ୟ ପ୍ରସାଦ ପାଢ଼ୀ): କନ୍ଧମାଳ ଜିଲା ରାଇକିଆ ବ୍ଲକ ଜୀବନ ଜ୍ୟୋତି କଲେଜରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀମାନଙ୍କ ନିମନ୍ତେ ଚାଲିଥିବା ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇଯାଇଅଛି l ମାଷ୍ଟର ସୁନେଲି ପଲେଇ ଦୀର୍ଘ ୮ ଦିନ ଧରି ଆତ୍ମସୁରକ୍ଷା ଉପରେ ତାଲିମ ପ୍ରଦାନ କରିଥିଲେ l ଆଜି ଆତ୍ମସୁରକ୍ଷା ତାଲିମ୍ ଶିବିରରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଭାକର ରାଜୁ , ମୁଖ୍ୟ ବକ୍ତା ଭାବେ ଅନ୍ୟତମ ବରିଷ୍ଠ ପ୍ରାଧ୍ୟାପକ ଉମାକାନ୍ତ ରଥ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡାଃ ସନ୍ତୋଷ କୁମାର ନାୟକ, ଅଧ୍ୟାପିକା ମଞ୍ଜୁଳା ସାହୁ, ଫିର୍ଦୋଶୀ ପ୍ରଧାନ, ଚିନ୍ମୟୀ ପ୍ରଧାନ ପ୍ରମୁଖ ଯୋଗେଦେଇ ଛାତ୍ରୀ ମାନଙ୍କୁ ମାନପତ୍ର ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମଟିକୁ କଲେଜର ଆତ୍ମ ସୁରକ୍ଷା ତାଲିମ ଭାରପ୍ରାପ୍ତ ଅଧିକାରିଣୀ କଲେଜ ଅର୍ଥନୀତି ବିଭାଗର ଅଧ୍ୟାପିକା କାଜଲ୍ ଦଳାଇ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ବରିଷ୍ଠ ଅଧ୍ୟାପିକା ମଞ୍ଜୁଳା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।