ଜୀବନ ନେଇଗଲା ୪୧ଟି ଅଣ୍ଡା

ଜୌନପୁର: ୟୁପିର ଜୌନପୁର ଜିଲ୍ଲାରେ ଜଣେ ବ୍ୟକ୍ତି ୨୦୦୦ ଟଙ୍କା ପାଇବା ଆଶାରେ ୫୦ଟି ଅଣ୍ଡା ଖାଇବାର ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ । କିନ୍ତୁ ୪୧ଟି ଅଣ୍ଟା ଖାଇବା ପରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ନାମ ସୁଭାଷ ଯାଦବ (୪୨ ବର୍ଷ) ବୋଲି ଜଣାପଡ଼ିଛି । ସେ ନିଜର ଜଣେ ବନ୍ଧୁଙ୍କ ସହ ବିବିଗଞ୍ଜ ବଜାରକୁ ଅଣ୍ଡା ଖାଇବାକୁ ଯାଇଥିଲେ । କିନ୍ତୁ କୌଣସି କାରଣରୁ ଦୁଇଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ସେମାନଙ୍କ ଭିତରେ ବାଜି ରହିଥିଲା ଯେ, ଯିଏ ୫୦ଟି ଅଣ୍ଡା ଖାଇଦେବ, ସିଏ ୨୦୦୦ ଟଙ୍କା ଦେବ । ସୁଭାଷ ଏହି ଚାଲେଞ୍ଜକୁ ଗ୍ରହଣ କରିଥିଲେ । ସେ ଲଗାତର ୪୧ଟି ଅଣ୍ଡା ଖାଇଥିଲେ । କିନ୍ତୁ ୪୨ଟି ଅଣ୍ଡା ଖାଇବା ପୂର୍ବରୁ ସେ ଚେତା ହରାଇ ପଡ଼ିଯାଇଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ତାଙ୍କର ମୃତ୍ୟୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ