ଜୀବନ ଯୁଦ୍ଧରେ ଜୀବନ ହାରିଲେ କରୋନା ଯୋଦ୍ଧା ପ୍ରିୟଦର୍ଶୀ

ପ୍ରେସକ୍ଳବ ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ଅକାଳ ବିୟୋଗ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପ୍ରେସକ୍ଳବ ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକ(୪୭)ଙ୍କ ଶନିବାର ଅପରାହ୍ନରେ ଅକାଳ ବିୟୋଗ ଘଟିଛି । ସେ ଦୀର୍ଘ ୧୫ ଦିନ ଧରି ଅସୁସ୍ଥ ଥିଲେ । ସେ ଓୟୁଜେର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନର ବରିଷ୍ଟ ସଦସ୍ୟ ଥିଲେ । ସେ ଦୀର୍ଘ ୧୨ ବର୍ଷ ଧରି ଦୈନିକ ଓଡ଼ିଆ ଖବର କାଗଜ ସମ୍ବାଦ ଓ ଗତ ୫ ବର୍ଷ ଧରି ସମାଜ ଖବର କାଗଜର ହିଞ୍ଜିଳିକାଟୁ ପ୍ରତିନିଧି ଭାବେ କାର୍ଯ୍ୟ କରି ଆସୁଥିଲେ । ଗତ ୧୫ ଦିନ ପୂର୍ବେ କରୋନାରେ ଆକ୍ରନ୍ତ ଥିବା ଜଣାପଡ଼ିବା ପରେ ପ୍ରଥମେ ହିଞ୍ଜିଳିକାଟୁ ପରେ ବ୍ରହ୍ମପୁର କୋଭିଡ଼-୧୯ ହସପିଟାଲରେ ଚିକିିତ୍ସିତ ହେବା ପରେ ଗତ ୭ ଦିନ ହେଲା ଭୂବନେଶ୍ୱର କିମ୍ସ ହସପିଟାଲରେ ଚିକିତ୍ସିତ ହୋଇ ଆସୁଥିଲେ । ସେ ଜଣେ ସମାଜସେବୀ, ମିଷ୍ଠାଭାଷୀ, ପରପୋକାରୀ ବ୍ୟକ୍ତି ଭାବେ ସାରା ଗଞ୍ଜାମ ଜିଲ୍ଲାରେ ବେଶ୍ ଜଣାଶୁଣା ଥିଲେ । ତାଙ୍କରି ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ହଠାତ୍ କେହି ବି ନିଜକୁ ବିଶ୍ୱାସ କରିପାରି ନଥିଲେ । ତାଙ୍କରି ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ଅଂଚଳର ବହୁ ଗଣମାଧ୍ୟମ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧି, ଯୁବ ସମାଜ, ସ୍ୱେଛାସେବୀ ସଂଘଠନ ଦୁଃଖ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି ସକାଶେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ