ଜୀବନ ଶୈଳୀ କୁ ବଦଳାଇଛି ରିଲ୍ସ

ସାମାଜିକ ଗଣମାଧ୍ୟମ ସମଗ୍ର ବିଶ୍ଵ କୁ ଏକତ୍ରିତ କରୁଥିବା ବେଳେ ଇନସ୍ଟାଗ୍ରାମ ରିଲ୍ସ ଆଉ ଏକ ମାଧ୍ୟମ ପାଲଟିଛି। ଆଜିର ଯୁବପିଢି ରିଲ୍ସ କୁ ଏତେ ମାତ୍ରା ରେ ଗୁରୁତ୍ୱ ଦେଉଛନ୍ତି ଯେ ଜୀବନ କୁ ବିପଦ ରେ ପକେଇବା ପାଇଁ ମଧ୍ୟ ପଛାଉ ନାହାନ୍ତି । ଏହି ରିଲ୍ସ ସାଧାରଣ ରୁ ଅସାଧାରଣ ଭାବେ ବଦଳାଇ ଦେଇଛି ଆମର ଜୀବନ ଶୈଳୀ କୁ । ରିଲ୍ସ କରିବା ଦ୍ୱାରା ଲୋକ ମାନଙ୍କ ର ଧାରଣା ଅଛି ଯେ ଅଭିନୟ ଜଗତ କୁ ଯାଇ ପାରିବେ । ସେଥି ପାଇଁ ଭଲ ରିଲ୍ସ ପାଇଁ ଭଲ ସ୍ଥାନ ମାନଙ୍କ ରେ ରିଲ୍ସ ବନାଉଛନ୍ତି। ଜୀବନ ପ୍ରତି ବିପଦ ଥିବା ସ୍ଥାନ ମାନଙ୍କ ରେ ରିଲ୍ସ ବନାଇ ଅନେକ ଦୁର୍ଘଟଣା ରେ ଶିକାର ହେଉଛନ୍ତି। ଆଜି ର ଯୁବପିଢି ବିଭିନ୍ନ ମନ୍ଦିର, ଐତିହ୍ୟ ସ୍ଥାନ ମାନଙ୍କ ରେ ଆଧୁନିକ ଗୀତ ରେ ରିଲ୍ସ ବନାଇବା ଦ୍ୱାରା ଏହାର ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ ହେଉଛି ।ରିଲ୍ସ କରିବା ଦ୍ୱାରା ଅଧିକ ରୁ ଅଧିକ ଲୋକଙ୍କ ସହିତ ପରିଚୟ ହୋଇପାରୁଛି । ଏହା ସ୍ୱଳ୍ପ ସମୟ ମଧ୍ୟରେ ଅନେକ କିଛି ବାର୍ତ୍ତା ଦେଇପାରୁଛି । ବ୍ୟବସାୟ କ୍ଷେତ୍ର ରେ ମଧ୍ୟ ଏହା ଅନେକ ସୁବିଧା ରହୁଛି। କେବଳ ଇନସ୍ଟାଗ୍ରାମ ରିଲ୍ସ ନୁହଁ ୟୁଟ୍ୟୁବ ଏବଂ ଫେସବୁକ ରେ ମଧ୍ୟ ଅନେକ ଲୋକ ନିଜର ନୀତି ଦିନ ର ଜୀବନ ଚର୍ଯ୍ୟା କୁ ରିଲ୍ସ ମାଧ୍ୟମ ରେ ଦେଖାଇ ଟଙ୍କା ବି ରୋଜଗାର କରିପାରୁଛନ୍ତି । କିନ୍ତୁ କିଛି ଲୋକ ଏହାକୁ ସମୟ ଅତିବାହିତ ପାଇଁ ବି କରିଥାଆନ୍ତି। ଏହି ରିଲ୍ସ ମାଧ୍ୟମ ରେ ଅନେକ ଲୋକ ନିଜର ଦକ୍ଷତା ମଧ୍ୟ ପ୍ରଦର୍ଶନ କରିପାରୁଛନ୍ତି । ପ୍ରତ୍ୟେକ ଜିନିଷର ଭଲ ଗୁଣ ଏବଂ ଖରାପ ଗୁଣ ରହିଛି । ମାତ୍ର ଆମେ ତାହାକୁ କେତେ ମାତ୍ରା ରେ ତାହାର ସଦୁପଯୋଗ କରି ପାରୁଛେ । ଆମେ ଯଦି ତାହାକୁ ଭଲ କାର୍ଯ୍ୟରେ ବିନିଯୋଗ କରିବା ତାହାର ଭଲ ଫଳ ମଧ୍ୟ ପାଇବା । ଯଦି ଆମେ ତାହାକୁ ଖରାପ ରୂପେ ବ୍ୟବହାର କରିବା ଆମେ ଖରାପ ଫଳ ମଧ୍ୟ ପାଇବା । ଯଦି ଆମେ ବର୍ତ୍ତମାନ ସମୟ ରେ ଦେଖିବା ବହୁତ ଲୋକ ଏହି ରିଲ୍ସ ରୁ ହିଁ ନିଜର ପରିଚୟ ପାଇଛନ୍ତି । ଇନସ୍ଟାଗ୍ରାମ, ୟୁଟ୍ୟୁବ, ଫେସବୁକ ଏଗୁଡ଼ିକ ବଡ ବଡ ପ୍ଲାଟଫର୍ମ ଯେଉଁ ଥିରେ ନିଜର ପରିଚୟ ସୃଷ୍ଟି କରିପାରିବା । ଏଥିରେ ନିଜ ଭିତରେ ଥିବା କଳା କୁ ପ୍ରଦର୍ଶନ କରିପାରିବା । ଏହାକୁ ଯଦି ଆମେ ନକାରାତ୍ମକ ଦୃଷ୍ଟି ରୁ ଦେଖିବା ଯିଏ ଦେଖୁଚି ଏହି ରିଲ୍ସ କୁ ତାହାର ବହୁତ୍ ସମୟ ମଧ୍ୟ ନଷ୍ଟ ହେଉଛି । ଶୀଘ୍ର ନିଜ କୁ ପରିଚି ତ କରାଇବା ପାଇଁ ଇନସ୍ଟାଗ୍ରାମ ରେ ଫୋଲୋର୍ସ ବଢ଼ାଇବା ପାଇଁ କିଛି ବି ବିପଦ ନେଇ ରିଲ୍ସ କରୁଛନ୍ତି । ବିପଦ ପୂର୍ଣ୍ଣ ସ୍ଥାନ ଯେମିତି ପାହାଡ , ସମୁଦ୍ର, ରେଳଗାଡ଼ି,ବନ୍ୟଜନ୍ତୁ ଇତ୍ୟାଦି ସ୍ଥାନ ମାନଙ୍କ ରେ ରିଲ୍ସ କରୁଛନ୍ତି । ଯାହା ଦ୍ଵାରା ଅନେକ ଲୋକ ମଧ୍ୟ ବିପଦ ରେ ପଡୁଛନ୍ତି। ଆମେ ଯଦି ଆମ ଭିଡିଓ ରେ ଭଲ ବିଷୟ ବସ୍ତୁ ରଖିବା ଏବଂ ସମାଜ କୁ ଶିକ୍ଷା ଦେଲା ଭଳିଆ କିଛି ତଥ୍ୟ ରଖିବା ଏଥିରୁ ସମସ୍ତେ ବହୁତ୍ ଉପକାର ପାଇ ପାରିବେ । ଯେଉଁ ମାନେ ବି ସମୟ ନଷ୍ଟ କରି ଦେଖୁଛନ୍ତି ସେମାନେ ବି ଉପକାର ପାଇବେ ।
ଏହାର ସକାରାତ୍ମକ ଦୃଷ୍ଟି ରୁ ଦେଖିଲେ ଏହା ସ୍ଵଳ୍ପ ସମୟ ମଧ୍ୟ ରେ ବହୁତ କିଛି ଦେଖିପାରିବା। ବର୍ତ୍ତମାନ ସମୟ ରେ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ବହୁତ୍ ବଡ଼ ବଡ଼ ଭିଡିଓ ଦେଖିବା ପାଇଁ ସମୟ ବି ନାହିଁ । ଯିଏ ବି ତିଆରି କରୁଛି ଭିଡିଓ ସହଜ ରେ ଛୋଟ ଭିଡିଓ କମ ସମୟ ରେ ବନେଇ ପାରିଲେ । ଯିଏ ବି ଦେଖୁଛି ସହଜ ରେ ଦେଖି ପାରିଲେ । ଏହି ରିଲ୍ସ ଏକ ସହଜ ଉପାୟ କମ ସମୟ ରେ ଏଣ୍ଟରଟେନ୍ ହେବା ପାଇଁ । ତେଣୁ ଆଜିର ଯୁବପିଢି ଜୀବନ କୁ ବିପଦ ରେ ନ ପକାଇ ଦୀର୍ଘ ସ୍ଥାୟୀ ସଫଳତା ନିମନ୍ତେ କଠିନ ପରିଶ୍ରମ କରିବାକୁ ହୁଏ ।
ରାଜସ୍ମିତା ବାରିକ୍
ନୀଳଗିରି, ବାଲେଶ୍ଵର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ