ଜୀବନ ସେବା ଫାଉଣ୍ଡେସନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର, : ସ୍ୱେଚ୍ଛାସେବୀ ସଂଗଠନ ଜୀବନ ସେବା ଫାଉଣ୍ଡେସନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସଭାପତି ହରିଶ୍ଚନ୍ଦ୍ର ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ମହିଳାମାନେ ନିଜ ଜୀବନକୁ ଉତ୍ସର୍ଗ କରି ସବୁବେଳେ ଅନ୍ୟମାନଙ୍କ ପାଇଁ କାର୍ଯ୍ୟ କରିଥାନ୍ତି । ନାରୀମାନେ ହେଉଛନ୍ତି ଭଗବାନଙ୍କ ସ୍ୱରୂପ ଓ ସୁନ୍ଦର ସୃଷ୍ଟି । ସେଥିପାଇଁ ପ୍ରତ୍ୟେକ କ୍ଷେତ୍ରରେ ନାରୀମାନେ ଆଗୁଆ । ଶିକ୍ଷା ହେଉ ବା ସ୍ୱାସ୍ଥ୍ୟ ବିଭିନ୍ନ କାମରେ ନାରୀ ବାହାରକୁ ଗୋଡ଼ ବାହାର କରିଥାନ୍ତି । ଏହି ଅବସରରେ ତାଙ୍କ ଉଦ୍ଦେଶ୍ୟରେ ଫରେଷ୍ଟ ପାର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ସହ କରୋନା ଭୂତାଣୁରୁ କିପରି ସୁରକ୍ଷିତ ରହିବା ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ଓ ଟ୍ରାଫିକ ସଚେତନତା ଏବଂ ହୋଲିରେ କିପରି କେମିକାଲଯୁକ୍ତ ରଙ୍ଗରୁ ଦୂରେଇ ରହି ରଙ୍ଗ ଖେଳିବା ସେଥିପାଇଁ ମଧ୍ୟ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମୀରା ପରିଡ଼ା ଓ ମୁଖ୍ୟ ବକ୍ତା ଭାବରେ ଯାଜପୁରରୁ ଆସିଥିବା ଅବଦୁଲ ୱାଇଜ୍ ଖାନ ଯୋଗ ଦେଇଥିଲେ । ଅନ୍ୟତମ ଅତିଥିଙ୍କ ମଧ୍ୟରେ ଫୋନିକ୍ସ ସେବାର ଅଧ୍ୟକ୍ଷ ମଲ୍ଲିକ ଆୱାଜ ଓ ସମାଜସେବୀ ସାଗର ଦାସ ଯୋଗ ଦେଇଥିଲେ । ଶେଷରେ ଜୀବନ ସେବା ଫାଉଣ୍ଡେସନର ସହ ସଭାପତି ଅନିରୁଦ୍ଧ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ