ଜୀବବିଜ୍ଞାନ ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ଦକ୍ଷତା ବିକାଶ ପ୍ରଶିକ୍ଷଣ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ପୁସ୍ତକ ଭିତିକ ଶିକ୍ଷାସହ ଦକ୍ଷତା ବିକାଶର ଆବଶ୍ୟକତାକୁ ଉପଲବ୍ଧିକରି ଡିଏଭି ଆଞ୍ଚଳିକ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଏକ ଦ୍ୱିଦିବସୀୟ ଦକ୍ଷତାବିକାଶ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଓଡିଶା ଜୋନ୍ର ୨୯ଟି ବିଦ୍ୟାଳୟରୁ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ଜୀବବିଜ୍ଞାନ ଶିକ୍ଷାଦାନ କରୁଥିବା ୩୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପ୍ରତ୍ୟକ୍ଷତତ୍ତ୍ୱାବଧାନ ଓ ଡି.ଏ.ଭି ବାଲେଶ୍ୱରର ଅଧ୍ୟକ୍ଷ ନବକିଶୋର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କର୍ମଶାଳାରେ ଡିଏଭି ନିମାପଡାର ଅଧ୍ୟକ୍ଷ ଏମ୍.ଏମ୍ହକ୍ ଓ ଡିଏଭି ଲିଙ୍ଗରାଜ ଏରିଆର୍ ପ୍ରଧାନଶିକ୍ଷୟିତ୍ରୀ ସଞ୍ଜୁକ୍ତା ପୃଷ୍ଟି ମୂଲ୍ୟାୟନକାରୀ ରୂପେ ଯୋଗ ଦେଇଥିଲେ । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଅନିମେଶ ମହାପାତ୍ର ମାନବଶରୀରର ଜିନ୍ଉପରେ ଆଲୋଚନା କରିବା ସହିତ ବିଭିନ୍ନ ଦିଗଉପରେ ଆଲୋକପାତ କରିଥିଲେ । ଜିନ୍କ୍ଲୋନିଂ, ଇଟିଏସ୍ର ଅବଦାନ, ମାନବଜୀବନ ଉପରେ ଯାନ୍ତ୍ରିକ ବିଜ୍ଞାନର ପ୍ରୟୋଗ ଆଦି ବିଷୟ ବିଭିନ୍ନକ୍ରିୟା କଳାପ ମାଧ୍ୟମରେ ଉପସ୍ଥାପନ କରି କର୍ମଶାଳାକୁ ଜୀବନ୍ତ କରିଥିଲେ ।ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସାହାଯ୍ୟ ସହଯୋଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା ।