ଜୀବିକା ମିଶନ ଓ ମିଶନଶକ୍ତିର ତୃଣ ମୂଳସ୍ତରରେ ଥିବା ଇ. ସି ସଦସ୍ୟାଙ୍କ ରିଷ୍ଟ୍ରକଚରିଙ୍ଗ୍ ବନ୍ଦ
ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ ରବିବାର ଓଡିଶା ଜୀବିକା ମିଶନ ଇସି ସଙ୍ଘ ଢେଙ୍କାନାଳ ଜିଲ୍ଲା ଭୁବନ ଇସି ମହାସଂଘ ତରଫରୁ ବିଧାୟକ ଶତ୍ରୁଘ୍ନ ଜେନାଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନକରିଛନ୍ତି । ଓଡିଶାରେ ପ୍ରାଥମିକ ପର୍ଯ୍ୟାୟରେ ମନୋନିତ ମିଶନ ଶକ୍ତି ଇ.ସି ମାନେ ୨୦୦୦ ମସିହା ଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ କୌଣସି ଭତ୍ତା ନପାଇ ଅନବରତ ସେବା ଯୋଗାଇ ଆସିଥିଲେ।ଏବେ ଧାର୍ଯ୍ୟ ଗସ୍ତ ଭତ୍ତା ବ୍ୟବସ୍ଥା ଲାଗୁ ହେବାପରେ ଏହି ଇ.ସି. ମାନଙ୍କର ଦୀର୍ଘ ସେବାକୁ ଅବମୂଲ୍ୟାୟନ କରି ରିଷ୍ଟ୍ରକଚରିଙ୍ଗ ଆଳରେ ହଟାଇବା ସବୁଠାରୁ ଅଧୂକ ବିଡମ୍ବନାର ବିଷୟ । ଯେଉଁ ପଞ୍ଚାୟତରେ ୧୮ ଜଣରୁ ଅଧିକ ଇ.ସି. ଅଛନ୍ତି ସେମାନେ ୨୦/୨୫ ଜଣ ଇ.ସି ଥିଲେ ମଧ୍ୟ ୧୮ ଜଣଙ୍କ ଭତ୍ତାକୁ ଭାଗ କରି ଦିଆଯାଉଛି। ୨୦୨୪ ସେପ୍ଟେମ୍ବର ମାସ ଠାରୁ ଏ ପର୍ଯ୍ୟନ୍ତ ଇ.ସି ମାନଙ୍କୁ ଭତ୍ତା ମିଳିନାହିଁ।