ଜୀବିକା ମିଶନ ସଂଘର ପ୍ରତିବାଦ ଦିବସ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଶନିବାର ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ହିଞ୍ଜିଳିକାଟୁ ଶାଖା ପକ୍ଷରୁ ରାଜ୍ୟ ବ୍ୟାପି ପ୍ରତିବାଦ ଦିବସ ରୂପେ ପାଳନ କରଯାଇଛି। ହିଞ୍ଜିଳିକାଟୁ ବ୍ଳକ ଇସି ସଂଘ ସଭାପତି ରଶ୍ମିତା ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ସଂଘ ସଦସ୍ୟ ଯୋଗ ଦେଇ ସହର ପରିକ୍ରମା କରି ପ୍ରତିବାଦ ସଭା ମାଧ୍ୟମରେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ।ନୂତନ ସରକାର ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର କର୍ମଜୀବୀ ମହିଳାଙ୍କ ଉପରେ ପ୍ରତିହିଂସା ପରାୟଣ ହୋଇ ପୁନର୍ଗଠନ ଆଳରେ କରାଯାଇଥିବା ବହିଷ୍କାର ଆଦେଶ ପ୍ରତ୍ୟାହାର ପାଇଁ ପ୍ରତିବାଦ ଦିବସରେ ଦାବି କରିଥିଲେ। ଓଡ଼ିଶାରେ ଏନ୍ଆରଏଲଏମ କେନ୍ଦ୍ରୀୟ ସ୍କିମ ଅନ୍ତର୍ଗତ ଓଡ଼ିଶା ଜୀବିକା ମିଶନ ଏବଂ ଓଡ଼ିଶା ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ ପ୍ରମୁଖ ସ୍କିମ ୱାର୍କର୍ କାର୍ଯ୍ୟ ନିର୍ବାହୀ (ଇସି) ସଦସ୍ୟଙ୍କୁ ପୁନର୍ଗଠନ ଆଳରେ ବହିଷ୍କାର ଷଡଯନ୍ତ୍ର ଉଦ୍ଦେଶ୍ୟ ପ୍ରଣୋଦିତ। ଏଣୁ ବହିଷ୍କାର ଆଦେଶ ପରିବର୍ତ୍ତେ ନିୟମିତ ସ୍କିମ ୱାର୍କରଙ୍କୁ ନିୟମିତ କରାଇ ତାଙ୍କ ଦକ୍ଷତାକୁ ହିତାଧିକାରୀଙ୍କ ଉତ୍ତରୋତ୍ତର କ୍ରମବିକାଶକୁ ତ୍ୱରାନ୍ୱିତ କରିବାକୁ ଦାବି କରିଥିଲେ। ରାଜ୍ୟ ସରକାର ଏହି ଦାବି ପୂରଣ ନ କଲେ ଇସି ଏଵଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦକ ଗାଁ ରୁ ରାଜଧାନୀ ପର୍ଯ୍ୟନ୍ତ ମହିଳା ସଂଘର୍ଷର ସଂଘର୍ଷ ଜାରି ରଖିବେ ଓ ଏଥିରୁ ଉତ୍ପନ୍ନ ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଂକଳ୍ପ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶର୍ମିଳା ରାଉଳ, ସବିତା ପ୍ରଧାନ, ଏ .ସୁଶୀଳା ପାତ୍ର, ଦ୍ରୌପଦୀ ମୁର୍ମୁ, ସୁକାନ୍ତି ପ୍ରଧାନ ଓ ଡି ଦମୟନ୍ତୀ ପ୍ରମୁଖଙ୍କ ସମେତ ଶତାଧିକ ମହିଳା ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ