ଜୀବିତ ବ୍ୟକ୍ତିଙ୍କୁ ନିଆଯାଏ କୋକେଇରେ

ଭଲ ବର୍ଷା ହେବା ପାଇଁ ଅଧିକାଂଶ ସ୍ଥାନରେ ଯଜ୍ଞର ଆୟୋଜନ କରାଯାଇଥାଏ । କୁହାଯାଏ ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କଲେ ଭଲ ବର୍ଷା ହୋଇଥାଏ । ହେଲେ ମଧ୍ୟପ୍ରଦେଶରରେ ରହିଛି ଏଭଳି ଏକ ପରମ୍ପରା, ଯେଉଁଠି ଅଧିକାଂଶ ଗାଁରେ ଲୋକେ ବର୍ଷା ହେବା ଲାଗି ଜୀବନ୍ତ ବ୍ୟକ୍ତିଙ୍କୁ କୋକେଇରେ ଲଦି ଶୋଭାଯାତ୍ରାରେ ନେଇଥାଆନ୍ତି । ସ୍ଥାନୀୟ ଲୋକଙ୍କ ମତରେ ଯେଉଁ ଗାଁରେ କମ୍ ବର୍ଷା ହୁଏ ଅବା ବର୍ଷା ହେବାକୁ ବିଳମ୍ବ ହୁଏ ସେହିସବୁ ଗାଁର ଲୋକେ ଏମିତି ଶୋଭାଯାତ୍ରା ବାହାର କରିଥାଆନ୍ତି । ମୃତ ବ୍ୟକ୍ତିଙ୍କ ଭଳି ଏକ କୋକେଇର ବ୍ୟବସ୍ଥା କରାଯାଏ । ଏହାକୁ ଫୁଲରେ ସଜାଇ ଜଣେ ଜୀବନ୍ତ ବ୍ୟକ୍ତିଙ୍କୁ ସେଥିରେ ଶୁଆଇ ଦିଆଯାଏ । ମୃତ ବ୍ୟକ୍ତିଙ୍କ ଶୋଭାଯାତ୍ରା ଭଳି ଏଥିରେ ଗ୍ରାମବାସୀ ସାମିଲ ହୋଇ ଶୋଭାଯାତ୍ରାକୁ ଗାଁ ପରିକ୍ରମା କରାଇଥାଆନ୍ତି । ଜୀବନ୍ତ ବ୍ୟକ୍ତିଙ୍କ ଏହିଭଳି ଶୋଭାଯାତ୍ରା କଲେ ଇନ୍ଦ୍ରଦେବ ପ୍ରସନ୍ନ ହୋଇ ଗାଁରେ ଆବଶ୍ୟକ ପରିମାଣର ବୃଷ୍ଟିପାତ କରନ୍ତି ବୋଲି ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ