ଜୀବେ ନିଷ୍ଠୁରତା ପ୍ରତିଷେଧକ ସମିତିର ଉପାଧ୍ୟକ୍ଷ ନିର୍ବାଚନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଜୀବେ ନିଷ୍ଠୁରତା ପ୍ରତିଷେଧକ ସମିତିର ଉପାଧ୍ୟକ୍ଷ ନିର୍ବାଚନ ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରାଣୀ ସମ୍ପଦ ଚିକିତ୍ସା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିିତ ଏହି ଉପାଧ୍ୟକ୍ଷ ନିର୍ବାଚନରେ ସମାଜସେବୀ ଫକୀର ଚରଣ ଖଟୁଆ ଉପାଧ୍ୟକ୍ଷ ଭାବେ ୩ଖଣ୍ଡ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନରେ ସମିତିରେ ୫ ଜଣ ଆଜୀବନ ସଦସ୍ୟ ଓ ୩୫ ଜଣ ସାଧାରଣ ସଦସ୍ୟ ଭୋଟ ଦେଇଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଯାଇଥିଲା । ଶ୍ରୀ ଖଟୁଆଙ୍କୁ ୨୧ଟି ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ସମାଜସେବୀ ବିରଜା ପତିିଙ୍କୁ ୧୮ ଖଣ୍ଡ ଭୋଟ ମିଳିଥିଲା । ଏହି ନିର୍ବାଚନକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀ ତଥା ସମିତିର ସଦସ୍ୟ ସଚିବ ଡ଼ା. ଦିପ୍ତି ମହାପାତ୍ର ପରିଚାଉଳନା କରିଥିଲେ । ଏସଡିଭିଓ ଡ଼ା. ମନୋଜ କୁମାର ପଟ୍ଟନାୟକ, ଡ଼ା. ପ୍ରଭଞ୍ଜନ କବି, ଡିଏସ୍ପି ଲକ୍ଷ୍ମୀ ନାରାୟଣ ତିୱାରୀ ପ୍ରମୁଖଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟାଳୟ ସହକାରୀ ମନୋରଞ୍ଜନ ପଟ୍ଟନାୟକ ନିର୍ବାଚନ ପରିଚାଳନାରେ ସହୟତା କରିଥିଲେ । ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏହି ସମିତିର ସଭାପତି ଥିବାବେଳେ ଆରକ୍ଷୀ ଅଧିକ୍ଷକ ସନ୍ଦିପ ସମ୍ପଦ ମଡକର ଉପାଧ୍ୟକ୍ଷ ଏବଂ ମୁଖ୍ୟ ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀ ଡା. ଦିପ୍ତି ମହାପାତ୍ର ସଦସ୍ୟ ସଚିବ ଅଛନ୍ତି ।