ଜୁଆଆଡ୍ଡା ଉପରେ ଅଚାନକ ଚଢ଼ାଉ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ କୁଶପଲ୍ଲି ଗ୍ରାମରେ ଜୁଆଖେଳ ଚାଲିଥିବା ନେଇ ଭଞ୍ଜନଗର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏକ ଜୁଆଆଡ୍ଡା ଉପରେ ଅଚାନକ ଚଢ଼ାଉ କରିଥିଲା l ଘଟଣାସ୍ଥଳରେ ପୋଲିସ ୫ ଜୁଆଡି କୁ ଗିରଫ କରିବାସହ ସେମାନଙ୍କଠାରୁ ନଗଦ ୧୩୦୧୦ ଟଙ୍କା, ୩ଟି ମୋବାଇଲ ଫୋନ ଓ ୨ଟି ତାସ ପ୍ୟାକେଟ ଜବତ କରିଛି l ଏ ନେଇ କେସ ନମ୍ବର ୫୪୪/୨୦ରେ ଏକ ମାମଲା ରୁଜୁ କରାଯାଇଥିବା ଥାନାଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି l


