ଜୁଆଖେଳ ଚଢ଼ାଉ:୧୦ ହଜାର ଜବତ,୭ ଗିରଫ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ଥାନା ଅନ୍ତର୍ଗତ ଅଢେ଼ଇ ବରଗାଁ ଠାରେ ବେଲଗୁଣ୍ଠା ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୦ ହଜାର ଟଙ୍କା ଜବତ କରିବା ସହିତ ୭ ଜଣ ଗିରଫ ହୋଇଥିବା ଜଣାପଡିଛି ।ବର୍ତ୍ତମାନ ପୂଜା ଓ କୁମାର ପୂର୍ଣ୍ଣିମା ସମୟ ଥିବାରୁ ବେଲଗୁଣ୍ଠା ଅଞ୍ଚଳରେ ବେଲଗୁଣ୍ଠା ପୋଲିସ ପେଟ୍ରୋଲିଂ କଡାକଡି କରି ବିଭିନ୍ନ ଅଞ୍ଚଳରେ ଜୁଆ ଖେଳ ପ୍ରତି ତୀକ୍ଷ୍ଣ ନଜର ରହିଛି ।ଆଜି ଅପରାହ୍ନ ୪.୩୦ ମି ସମୟରେ ଏହି ଥାନା ଅର୍ନ୍ତଗତ ଅଢେ଼ଇ ବରଗାଁ ଧୋବା ସାହି ପୋଖରୀ ହୁଡ଼ା ରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୦ ହଜାର ଟଙ୍କା,ଦୁଇଟି ମୋବାଇଲ ଜବତ କରିବା ସହିତ ଓ ୭ ଜଣଙ୍କୁ ଗିରଫ କରିଛି ।ଏ ନେଇ ୪୬୫/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତକାରୀ ଅଫିସର ନାରାୟଣ ନାୟକ ତଦନ୍ତ କରୁଥିବା ନେଇ ଥାନାଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ