ଜୁଆର ମାଡରେ ଭାଙ୍ଗିଲା କୋଣାର୍କ – ପୁରୀ ବେଳାମାର୍ଗ ଓ ବିଦ୍ୟୁତ ଖୁଣ୍ଟି
ନିମାପଡ଼ା, (ସନ୍ତୋଷ ଦାଶ):ବେଳକୁ ବେଳ ଉଗ୍ର ରୂପ ଧାରଣ କରୁଛି ସମୁଦ୍ର।ଲଘୁଚାପ ଓ ପୂର୍ଣ୍ଣିମା ତିଥି ପାଇଁ ସମୁଦ୍ର ରେ ସୃଷ୍ଟି ହେଉଛି ହେଉଛି ଉଚ୍ଚ ସାମୁଦ୍ରିକ ଜୁଆର । ସ୍ଥଳଭାଗ ଆଡକୁ ମାଡି ଆସୁଛି ସମୁଦ୍ର । ଗତକାଲିଠାରୁ ସାମୁଦ୍ରିକ ଜୁଆର ମାଡରେ କୋଣାର୍କ – ପୁରୀ ବେଳାମାର୍ଗ ସ୍ଥିତ ଇକୋ ରିଟ୍ରିଟ ହେଉଥିବା ସ୍ଥାନରେ ବେଳାମାର୍ଗ ର ସୁରକ୍ଷା ପ୍ରାଚୀରକୁ ଭାଙ୍ଗି ଦେବା ସହ ଦୁଇଟି ବିଦ୍ୟୁତ ଖୁଣ୍ଟି ଉପୁଡି ଯାଇଛି । ୨୫୦ ମିଟର ଲମ୍ବର ଏହି ପ୍ରାଚୀର ଭାଙ୍ଗିଯିବା ଫଳରେ ବେଳାମାର୍ଗ ରାସ୍ତା କୁ ସମୁଦ୍ର ଖାଇବାକୁ ଲାଗିଛି । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ଆଲର୍ଟ ହୋଇଛି । ପୁରୀ ଉପ ଜିଲ୍ଲାପାଳ ଭାବ ତାରଣ ସାହୁ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଏନ୍. ଏଚ ବିଭାଗ ପକ୍ଷରୁ ବାଲିବସ୍ତା ପ୍ୟାକିଙ୍ଗ କାର୍ଯ୍ୟ ଆରମ୍ଭ କରାଯାଇଛି । ତେବେ ଖୁବଶୀଘ୍ର ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ନଚେତ୍ କୋଣାର୍କ – ପୁରୀ ବେଳାମାର୍ଗ ରାସ୍ତା ସମୁଦ୍ର ଗର୍ଭ ରେ ସମ୍ପୂର୍ଣ୍ଣ ଭାବେ ଲୀନ ହୋଇଯିବ ଏଥିରେ ସନ୍ଦେହ ନାହିଁ।


