ଜୁଆ ଅଡ୍ଡାରେ ଚଢ଼ାଉ ୮ଜଣ ଗିରଫ ଟଙ୍କା, ମୋବାଇଲ ବାଇକ ଜବତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳଜିଲ୍ଲାଫିରିଙ୍ଗିଆଥାନା ଅଞ୍ଚଳ ରେ ଶନିବାର ରାତିରେ ଏକ ଘରେ ଜୁଆ ଖେଳ ଚାଲିଥିବା ବିଷୟ କୌଣସି ଏକ ବିଶ୍ୱସ୍ତ ସୂତରୁ ଖବର ପାଇ ଫିରିଙ୍ଗିଆ ପୋଲିସ ଚଢ଼ାଉ କରିଥିଲେ କ୍ଷ ଏଥିରେ ୮ ଜଣକୁ ଗିରଫ କରିବା ସହ ୫ଟି ମୋବାଇଲ, ୨ଟି ମୋଟର ସାଇକଲ, ନଗଦ ୨୬୦୩୮ ଟଙ୍କା ଜବତ କରିଥିଲେ କୋର୍ଟ ଚାଲାଣ କରିଥିଲେ କ୍ଷ ଗିରଫ ହୋଇଥିବା ୮ ଜଣ ବ୍ୟକ୍ତି ହେଲେ ଫିରିଙ୍ଗିଆ ଥାନା ଅଞ୍ଚଳ ନାହାଣଗାଁର ଶ୍ରାବଣ କୁମାର ନାୟକ (୩୦), ଉପରପଡା ଗ୍ରାମର ନିରଞ୍ଜନ ଦିଗଲ, (୨୮), ଡିଣ୍ଡିରାଗାଁର ବିନୋଦ କୁମାର ନାୟକ(୩୯), କୁଟିବାରୀ ଗ୍ରାମର ବୈରାଗୀ ଚରଣ ନାୟକ(୪୬) ମୁଖି ସାହିର ନନ୍ଦୀ ମୁଖି,(୩୮),କାଶିନୀପଦର ଗ୍ରାମର ରୋହିତ ଦିଗଲ(୩୫),ମଣ୍ଟୁ ଦିଗଲ,(୩୩), କୁଇରିମାଣ୍ଡୁ ଗ୍ରାମର ଭୁଭୁନି ଦିଗଲ(୪୧) ଙ୍କ ନାମରେ ଏକ ମାମଲା କେଶନମ୍ବର୩୬/୨୦ରୁଜୁ କରି ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମସୁନ୍ଦର ରାଓ କୋର୍ଟ ଚାଲାଣ କରିଥିବା ବିଷୟ ପ୍ରକାଶ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ