ଜୁଆ ଆଡା ଚଢ଼ାଉ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ପୋଲିସ ଶନିବାର ରାତିରେ ଏକ ଜୁଆ ଆଡ୍ଡାରୁ ୪ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି l ସେମାନଙ୍କ ଠାରୁ ତାସ ମୁଠା ସହ ୧୩,୨୦୦ ଟଙ୍କା ଜବତ କରାଯାଇଛି l ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ନିକଟ ଏକ ବିଲରେ ଦୀର୍ଘଦିନ ଧରି ଚାଲିଥିବା ଜୁଆ ଆଡ୍ଡାରେ ସ୍ଥାନୀୟ ପୋଲିସ ଜୁଆଡ଼ି ଙ୍କୁ ଧରିଥିଲା l ଅନ୍ୟ କେତେ ଜଣ ଅନ୍ଧାରର ସୁଯୋଗ ନେଇ ଚମ୍ପଟ ମାରିଥିଲେ l ଏନେଇ ପୋଲିସ କେସନଂ ୨୪୬/୨୦ ରେ ମାମଲା ରୁଜୁ କରିଛି l