ଜୁଆ ଆଡ୍ଡାରେ ଚଢ଼ାଉ ୮ ଗିରଫ,୩୧.୦୩୦ ଟଙ୍କା ଜବତ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଶୁକ୍ରବାର ରାତ୍ର ଜୁଆ ଆଡ୍ଡା ରେ ଚଢ଼ାଉ କରି ୮ ଜଣଙ୍କୁ ଗିରିଫ କରିଛି | ଏବଂ ସେମାନଙ୍କ ନିକଟରୁ ଦୁଇ ମୁଠା ତାସ ସହ,୩୧.୦୩୦ ଟଙ୍କା ଜବତ କରାଯାଇଛି l ବହୁ ଦିନ ଧରି ଡେଙ୍ଗାଓସ୍ତା ଗ୍ରାମ ଠାକୁରାଣୀ ମନ୍ଦିର ନିକଟରେ ଏକ ଜୁଆ ଖେଳ ଚାଲିଥିବା ପୋଲିସ ଖବର ପାଇ ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କ ନେତୃତ୍ୱରେ ଏକ ଟିମ ଜୁଆ ଆଡ୍ଡାରେ ଚଢ଼ାଉ କରି ୮ ଜଣଙ୍କୁ ଗିରଫ କରିଥିଲେ l କେଶ ନଂ ୨୪୩/୨୦ ରେ ମାମଲା ରୁଜୁ କରାଯାଇଥିବା ପାଟପୁର ପୋଲିସ ପକ୍ଷରୁ ସୂଚନା ମିଳିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ