ଜୁଆ ଆଡ୍ଡାରେ ଚଢ଼ାଉ ୫ ଗିରଫ, ୪୨ହଜାର ୨୯୦ ଟଙ୍କା ଜବତ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ପୋଲସରା ସହରରେ କରୋନା ମହାମାରୀରି କୁ ନେଇ ପ୍ରତ୍ୟେକ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଯାହାକୁ ନେଇ ପୋଲସରା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଲୋକଙ୍କୁ ଘରେ ରହିବା ପାଇଁ ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କରାଯାଉଛି । ହେଲେ ଏହି ମହାମାରୀର ଘଡିସନ୍ଧି ସମୟରେ ପୋଲସରା ଏନ୍.ଏ.ସି ଅନ୍ତର୍ଗତ ବାଲିଘାଇ ସିଧୁପୁରୁ ଅଞ୍ଚଳରେ କିଛି ଯୁବକ କୋଭିଡି ନିୟମ କୁ ଉଲଘଂନ କରି ସଘଂବଦ୍ଧ ଭାବେ ଦିନ ରାତି ୨୪ ଘଣ୍ଟା ଜୁଆ ଖେଳୁଥିବା ନେଇ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କୁ ଖବର ମିଳିଥିଲା। ଖବରକୁ ଆଧାର କରି ଥାନା ଆଇଆଇସି ଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ପୋଲସରା ପୋଲିସ ବାହିନୀ ମଙ୍ଗଳବାର ରାତ୍ର ୧୨ ଘଣ୍ଟା ପରେ ବାଲିଘାଇ ସ୍ଥିତ ନିର୍ଜନ ସ୍ଥାନରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରିଥିଲେ । ଉକ୍ତ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୫ ଜଣ ଜୁଆଡି ଯୁବକଙ୍କୁ ଗିରଫ କରିବା ସହ ୪୨ ହଜାର ୨୯୦ ଟଙ୍କା ଜବତ କରା ଯାଇଥିବା ଆଇଆଇସି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ