ଜୁଆ ଆଡ୍ଡାରେ ଚଢାଉ; ୧୦ ଗିରଫ, ୧୮ହଜାର ଟଙ୍କା ଜବତ
ଦିଗପହଣ୍ଡି, (ଓ୍ୱାଇଏନ୍ଏସ୍): ଦିଗପହଣ୍ଡି ପୋଲିସ ରବିବାର ସନ୍ଧ୍ୟାରେ ସ୍ଥାନୀୟ ରାଣୀ ସାହିରେ ବହୁଦିନ ଧରି ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢାଉ କରି ୧୦ ଜୁଆଡ଼ିଙ୍କୁ ଗିରଫ କରିଥିବା ଜଣାପଡିଛି।ରାଣୀ ସାହିର ତ୍ରିନାଥ ନାୟକଙ୍କ ଘରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ଥାନା ଆଇଆଇସି ବସନ୍ତ କୁମାର ସେଠୀ ସଦଳବଳେ ଚଢାଉ କରିଥିଲେ। ସେଠାରୁ ୧୮,୧୨୦ ଟଙ୍କା ଓ ତାସ ମୁଠା ଜବତ କରାଯିବା ସହ ଥାନା ମାମଲା ନଂ.୧୩୨/୨୦ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିବା ଜଣାପଡ଼ିଛି।


