ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୧ ଗିରଫ

ବ୍ରହ୍ମପୁର,(ଅନିଲ କୁମାର ମହାରଣା): ଅକ୍ଟୋବର ୨୧ ତାରିଖ ରାତିରେ ବ୍ରହ୍ମପୁର ଟାଉନ ଥାନା ପୋଲିସ, କର୍ପୋରେସନ ରୋଡ଼ ଅଞ୍ଚଳରେ ଚଢ଼ାଉ କରି ୧୧ ଜୁଆଡ଼ିଙ୍କୁ ଗିରଫ କରିବା ସହ ୮୮ ହଜାର ୪ ଶହ ଟଙ୍କା, ୧୧ ଗୋଟି ମୋବାଇଲ, ତାସ , ଓ ଜରି ପାଲି ଜବତ କରିଥିବା ଜଣାପଡ଼ିଛି । ଦଶହରା ଓ କୁମାର ପୂର୍ଣ୍ଣିମା ସମୟରେ ବିଭିନ୍ନ ସ୍ଥାନରେ ଜୁଆ ଖେଳ ଚାଲୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଟାଉନ ଥାନା ଆରକ୍ଷୀ ନିରୀକ୍ଷକ ସୁରେନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ୱରେ ପୋଲିସ ଫୋର୍ସ କର୍ପୋରେସନ ରୋଡ଼ ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି କରି ୧୧ ଜଣ ଜୁଆଡ଼ିଙ୍କୁ କାବୁ କରି ଗିରଫ କରିବା ସହ ସେମାନଙ୍କ ଠାରୁ ୮୮ ହଜାର ୪ ଶହ ଟଙ୍କା ଓ ୧୧ ଟି ମୋବାଇଲ ଜବତ କରିଥିଲେ । ଏଥି ସହ ଜୁଆ ଖେଳରେ ବ୍ୟବହୃତ ହୋଇଥିବା ତାସ ଓ ଜରି ପାଲି ମଧ୍ୟ ଜବତ କରିଥିଲେ । କରୋନା ଟେଷ୍ଟ ପରେ ୧୧ ଜଣ ଜୁଆଡ଼ିବକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ପ୍ରକାଶ ଥାଉକି ବ୍ରହ୍ମପୁର ଏସପି ପିନାକୀ ମିଶ୍ର ଏହି ପାର୍ବଣ ସମୟରେ ଜୁଆ ଖେଳ, ଚୋର ଓ ଡକାୟତି ପ୍ରତି ଧ୍ୟାନ ଦେବାକୁ ସମସ୍ତ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ