ଜୁଆ ଆଡ୍ଡା ଉପରେ ଚଢାଉ

ପାଟପୁର , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ପାଟପୁରସ୍ଥିତ ସାତପେଣ୍ଠ ଗୋପାଳପୁର ପଞ୍ଚାୟତ ଗୁଡ଼ିଆ ପାଟଣା ନିକଟସ୍ଥ ପାତ୍ରଢେପ ଠାରେ ଏକ ଜୁଆ ଆଡ଼ାକୁ ଆତର୍କିତ ଭାବେ ଚଢ଼ାଉ କରିଛି ପାଟପୁର ପୋଲିସ । ସୁଚନାଯୋଗ୍ୟ, ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ପେକ୍ଟ୍ରୋଲିଂ ସମୟରେ ପାଟପୁର ପୋଲିସ ଜୁଆ ଆଡ୍ଡା ଉପରେ ଡଢାଉ କରି ୧୪ଗୋଟି ବାଇକ ୧୦ଗୋଟି ମୋବାଇଲ, ୧୫,୩୦୦ ଟଙ୍କା ଜବତ କରିବା ସହ ୧୧ଜଣ ଜୁଆଡିଙ୍କୁ ଗିରଫ କରିଥିଲା । ପାଟପୁର ଥାନା ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଉଭୟ ପାଟପୁର ଓ ଶେରଗଡ଼ ଥାନା ସୀମାନ୍ତ ଅଞ୍ଚଳ ହେତୁ ପାତ୍ର ଢେପ ଠାରେ ସର୍ବକାଳୀନ ଭାବେ ଜୁଆ ଆଡ଼ା ବସୁଥିବା ବେଳେ ସ୍ଥାନୀୟ ଅଞ୍ଚଳ ବ୍ୟତୀତ ଦୂର ଦୁରାନ୍ତରୁ ଜୁଆଡି ମାନେ ଆସି ନିୟମିତ ଆଡ଼ା ଜମାଉଥିବା ସୂଚନା ମିଳିଛି । ପାଟପୁର ଥାନା ଏସ.ଆଇ ଶ୍ରୀ ଶୁଭ୍ରଜିତ ସାମନ୍ତରାୟଙ୍କ ପେଟ୍ରୋଲିଂରେ ଧରାପଡିଥିବା ଅଭିଯୁକ୍ତଙ୍କ ବିରୋଧରେ ପାଟପୁର ଥାନା କେସ ନଂ ୨୪୮/୨୦୧୯ ପ୍ରକାରେ ମାମଲା ରୁଜୁ କରାଯାଇ ଜାମିନରେ ଛଡ଼ାଯାଇଥିବା ବେଳେ ଏସ. ଆଇ ପିକେ.ପଟ୍ଟନାୟକ ତଦନ୍ତକାରୀ ଅଧିକାରୀ ଭାବେ ମାମଲା ପରିଚାଳନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ