ଜୁଆ ଆଡ୍ଡା ଉପରେ ଚଢ଼ାଉ;୬ ଜୁଆଡ଼ି ଗିରଫ, ୬ ମୋବାଇଲ ସହ ଲକ୍ଷାଧିକ ଟଙ୍କା ଜବତ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ଥାନା ଆଇଆଇସି ନରେଶ ସାହୁଙ୍କ ନେତୃତ୍ୱରେ ସୋମବାର ରାତିରେ ପୁଲିସ ଟିମ ସହରରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ପୁଲିସ ଜୁଆଡ଼ିଙ୍କ ଠାରୁ ମୋଟ ୬ ଗୋଟି ମୋବାଇଲ, ୧ଲକ୍ଷ ୩୫ ହଜାର ୧୫୦ ଟଙ୍କା ଓ ତାସ ଜବତ କରିଛି। ପୁଲିସ ଜୁଆ ଖେଳରେ ସଂପୃକ୍ତ ଥିବା ୬ଜଣଙ୍କୁ ଗିରଫ କରି ସ୍ଥାନୀୟ ଥାନାରେ ୮୬/୨୦ରେ ଏକ ମାମଲା ରୁଜୁ କରିଛି। ଏଏସଆଇ ପି.କେ ଦିପଙ୍କୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଥିବା ସୂଚନା ମିଳିଛି।


