ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ ,୫ ଗିରଫ
ବେଲଗୁଣ୍ଠା,,(ଯୁଗାବ୍ଦ ନ୍ୟୁଜ୍): ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଗାଁର ଏକ ଖଳାରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ଖବର ମିଳିବା ପରେ ଶୁକ୍ରବାର ରାତ୍ରି ୭.୩୦ ମିନିଟ ସମୟରେ ଡିଏସପି ସଞ୍ଜୟ କୁମାର ମହାପାତ୍ର ଓ ଆଇଆଇସି ଧିରେଶ କୁମାର ଦାସ ମିଳିତ ଭାବେ ଚଢ଼ାଉ କରି ସେଠାରୁ ୫ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ୪ଟି ଦାମୀ ମୋବାଇଲ ଫୋନ୍ ଓ ୪୧୩୦ ନଗଦ ଟଙ୍କା ଜବତ କରିଛନ୍ତି ।ଏ ନେଇ ୨୨/୨୦ରେ ଏକ ମାମଲା ରୁଜୁ କରି ସମସ୍ତ ଜୁଆଡିଙ୍କୁ ଆସ୍କା କୋର୍ଟ ଚାଲାଣ କରିଥିବ ତଦନ୍ତକାରୀ ଅଧିକାରୀ ଏସ୍.ଆଇ ଅଜିତ ପରିଡାଙ୍କ ଠାରୁ ସୁଚନା ମିଳିଛି ।