ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ ;ମୋଟୋର ସାଇକେଲ ସହ ୮ ଗିରଫ
ବେଲଗୁଣ୍ଠା -.କିଛିଦିନ ହେବ ଜୁଆ ଆଡ୍ଡା ଚାଲିଥିବା ନେଇ ପୋଲିସକୁ ଖବର ମିଳିବା ପରେ ଗୁରୁବାର ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା ଗାଙ୍ଗପୁର ପୋଲିସ । ମିଳିଥିବାସୂଚନାଅନୁସାରେ ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ହରିଜନ ସାହି ନିକଟରେ କିଛିଦିନ ହେବ ଏହି ଜୁଆ ଆଡ୍ଡା ଚାଲିଥିଲା । ଆଜି ଜୁଆ ଚାଲିଥିବା ବେଳେ ହଠାତ୍ ସଂଧ୍ୟାରେ ସମୟରେ ଡିସିପି ସଂଜୟ ମହାପାତ୍ର ଓ ଗାଙ୍ଗପୁର ଥାନା ଅଧିକାରୀ ଧିରେଷ କୁମାର ଦାସ ସଦଳବଳେ ଚଢାଉ କରିଥିଲେ । ଚଡ଼ାଉ ସମୟରେ ସେଠାରୁ ନଗଦ ୧୦ ହଜାର ଟଂକା ତିନିଟି ମୋବାଇଲ ଫୋନ ଗୋଟେ ମୋଟୋର ସାଇକେଲ ଓ ତାସ ଜବତ କରି ୧୬ /୨୦ ରେ ଏକ ମାମଲା ରୁଜୁ କରିଛି । ଗିରଫ ହୋଇଥିବା ଯୁବକଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।


