ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ,ଟଙ୍କା,ମୋବାଇଲ ଜବତ, ସାତ ଗିରଫ, ଜଣେ ଫେରାର

ବେଲଗୁଣ୍ଠା:କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଗାଙ୍ଗପୁର ଥାନା ଅନ୍ତର୍ଗତ କଳାସୁତା ଗ୍ରାମରେ ରୀତିମତ ଚାଲିଥିବା ଏକ ଜୁଆ ଆଡ୍ଡାକୁ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗାଙ୍ଗପୁର ଥାନା ଡି.ଏସ.ପି ସଞ୍ଜୟ କୁମାର ମହାପାତ୍ର,ଥାନାଧିକାରୀ ଧୀରେଶ କୁମାର ଦାସ ଆଜି ରାତି ୭ଟା ସମୟରେ ସଦଳେବଳେ ଚଢ଼ାଉ କରି ସେଠାରେ ଜୁଆ ଖେଳୁଥିବା ସାତ ଜଣ ଜୁଆଡିଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ପୋଲିସକୁ ଦେଖି ଖସି ପଳାଇଥିଲା ।ଜୁଆ ଆଡ୍ଡା ରୁ ୮୧୨୦ ନଗଦ ଟଙ୍କା ସହ ତିନୋଟି ମୋବାଇଲ ଫୋନ୍ ଜବତ ହୋଇଛି ।ଏ ନେଇ ଗାଙ୍ଗପୁର ଥାନାରେ ୭୦/୨୦ ରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ଆସନ୍ତା କାଲି ସମସ୍ତ ଜୁଆଡିଙ୍କୁ ଆସ୍କା କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏସ୍.ଆଇ ଅଜିତ ପରିଡା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ