ଜୁଏଲାରୀ ବକ୍ସ
ବିଭିନ୍ନ ପାର୍ଟି, ଉତ୍ସବ ସମୟରେ ଜୁଏଲାରୀ ପିନ୍ଧିବାର ସୌକ୍ ସବୁ ଯୁବତୀଙ୍କ ପାଖରେ ଦେଖିବାକୁ ମିଳେ । ତେବେ ନିଜର ମହଙ୍ଗା ଗହଣାକୁ ଦୀର୍ଘଦିନ ପର୍ଯ୍ୟନ୍ତ ସାଇତି ରଖିବା ପାଇଁ ଏକ ସୁରକ୍ଷିତ ଜାଗା ରହିବା ଆବଶ୍ୟକ । ଏବେ ସମସ୍ତେ ଜୁଏଲାରୀ ବକ୍ସର ବିକଳ୍ପ ଆପଣେଇବାକୁ ଚାହୁଁଛନ୍ତି । ତେବେ ମଡର୍ଣ୍ଣ ଜୁଏଲାରୀ ବକ୍ସ କିଣିବା ପାଇଁ କ’ଣ କରିବା ଦରକାର, ଚାଲନ୍ତୁ ଜାଣିବା ।
କାଠ ନିର୍ମିତ ଜୁଏଲାରୀ ବକ୍ସ ସବୁଠୁ ଅଧିକ ପସନ୍ଦଯୋଗ୍ୟ । ଏହା ବିଭିନ୍ନ ଆକାରର ମିଳିଯାଇପାରେ । ଏଥିରେ ବିଭିନ୍ନ ପ୍ରକାରର ଜୁଏଲାରୀ ରଖାଯାଇପାରେ । ଲେଦର୍ର ଜୁଏଲାରୀ ବକ୍ସ ମଧ୍ୟ କିଣିପାରିବେ । ଏହା କାଠ ବାକ୍ସଠାରୁ ଛୋଟ ହୋଇଥାଏ । ଲେଦର୍ ବକ୍ସରେ ଘଣ୍ଟା, ମୁଦି ଆଦି ରଖିହେବ । ଫ୍ୟାବ୍ରିକ୍ ଜୁଏଲାରୀ ବକ୍ସ ମଧ୍ୟ ଖୁବ୍ ଛୋଟ ହୋଇଥିବାବେଳେ ଆକର୍ଷଣୀୟ ଦିଶୁଥିବାରୁ ଯୁବତୀଙ୍କ ପ୍ରଥମ ପସନ୍ଦ ପାଲଟିଛି ।
ଜୁଏଲାରୀ ବକ୍ସ ବିଭିନ୍ନ ପ୍ରକାରର ହୋଇଥାଏ । କେତେକରେ କମ୍ପାର୍ଟମେଣ୍ଟ୍ ଓ ଡ୍ରୟର ବା ଟ୍ରେ ସୁବିଧା ଥାଏ । କାନ୍ଥରେ ଲଗାଇବା ପାଇଁ ୱାଲ୍ ଜୁଏଲାରୀ ବକ୍ସ ମଧ୍ୟ ରହିଛି । ଏହି ବିକଳ୍ପ ଦ୍ୱାରା ଆପଣ ନିଜ ସୁବିଧା ଓ ପସନ୍ଦ ଅନୁସାରେ ଗହଣାକୁ ସାଇତି ରଖିପାରିବେ ।
ଜୁଏଲାରୀ ବକ୍ସ କିଣିବା ପୂର୍ବରୁ ଲାଇନିଂ ବିଷୟରେ ସମ୍ପୂର୍ଣ୍ଣ ଧାରଣା ରଖିବା ଉଚିତ୍ । ଲାଇନିଂ ଠିକ୍ ନଥିଲେ ଜୁଏଲାରୀ ନଷ୍ଟ ହେବାର ସମ୍ଭାବନା ରହିଛି ।
ପିଲାଙ୍କଠାରୁ ଜୁଏଲାରୀକୁ ଦୂରେଇ ରଖିବା ପାଇଁ ସାଧାରଣତଃ ଚାଇଲ୍ଡ ପ୍ରୁଫ୍ ଲକ୍ ଲଗାଯାଇପାରେ । କିନ୍ତୁ ଯଦି ଆପଣ ଜୁଏଲାରୀକୁ ସମ୍ପୂର୍ଣ୍ଣ ସାଇତି ରଖିବାକୁ ଚାହୁଁଥାଆନ୍ତି ତେବେ ଲକ୍ କରି ଆଲ୍ମାରୀ ଭିତରେ ରଖିପାରନ୍ତି ନଚେତ୍ ବ୍ୟାଙ୍କ୍ର ସେଫ୍ ଡିପୋଜିଟ୍ ବକ୍ସରେ ରଖିହେବ ।
ଘରର ଡିଜାଇନ୍ ଓ ଡେକୋରେସନ୍ ସହ ମ୍ୟାଚ୍ କରି ଜୁଏଲାରୀ ବକ୍ସ କିଣିପାରିବେ । ଯଦି ଆପଣ ମଡର୍ଣ୍ଣ ଡିଜାଇନ୍ ପସନ୍ଦ କରୁଛନ୍ତି ତେବେ ପ୍ଲେନ୍ ଜୁଏଲାରୀ ବକ୍ସ କିଣନ୍ତୁ । କେବଳ ଜୁଏଲାରୀକୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ସିମ୍ପୁଲ୍ ଓ ଅଧିକ ଜାଗା ଥିବା ବକ୍ସ କିଣିପାରିବେ ।