ଜୁନାଗଡ ଦୁଷ୍କର୍ମ ମାମଲାରେ ୭ ଗିରଫ
ଜୁନା ଗଡର ଜୈନିକ ବାଳିକାକୁ ଦୁଷ୍କର୍ମ ଓ ସୋସିଆଲ ମିଡିଆରେ ଭିଡିଓ ଘଟଣାରେ ଆଜି ପୋଲିସ ୭ ଜଣକୁ ଗିରଫ କରିଛି । ଗିରଫ ୭ ଜଣଙ୍କ ଭିତରେ ୪ ଜଣ ଦୁଷ୍କର୍ମ ଅଭିଯୁକ୍ତ ରହିଥିବା ବେଳେ ୩ ଜଣ ମୋବାଇଲରେ ଭିଡିଓ ଉତୋଳନ ପାଇଁ ଅଭିଯୁକ୍ତ ରହିଛନ୍ତି । ଏବଂ ୭ ଜଣଙ୍କ ମଧ୍ୟରେ ଜଣେ ନାବାଳିକ ରହିଛି । ତେବେ ପୂର୍ବରୁ ଏହି ଘଟଣାରେ ଗାଡି ଡ୍ରାଇଭରଙ୍କୁ ରଖିଥିବା ବ୍ୟକ୍ତି ଜଣକ ଅଭିଯୁକ୍ତ ନୁହଁନ୍ତି ବୋଲି ପୋଲିସ କହିଛି । ଗତ ୧୪ ତାରିଖରେ ଯୁବତୀ ଜଣକ ଜୁନାଗଡରୁ ନିଜ ଗ୍ରୀମକୁ ଫେରୁଥିଲେ । ବସ୍ ଫିଟିଯିବାରୁ ତାଙ୍କ ସଂକର୍କୀୟ ଙ୍କ ସାଥିରେ ଆସୁଥିବା ସମୟରେ ରାସ୍ତାରେ ଅଟକାଇ ଯୁବତୀ ଜଣଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ପଚାରା ଉଚାରା କରୁଥିଲା । କିନ୍ତୁ ଡ୍ରାଇଭର ଅଭିଯୁକ୍ତ ନୁର୍ହନ୍ତି ଅନ୍ୟ ୭ ଜଣ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଗିରଫ କରାଯ୍ଧବ କୋର୍ଟ ଚାଲାଣ କରାଯାଇଥିବା କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି ।