ଜୁନିୟର ଖୋ-ଖୋ ଏସୋସିଏସନର ଆଲୋଚନା ବୈଠକ

ଛତ୍ରପୁର : ଆଗାମୀ ଦିନରେ ଛତ୍ରପୁର ଠାରେ ଏକ ଖୋ-ଖୋ ଚମ୍ପିୟାନସିପ କରିବା ନିମନ୍ତେ ଆଜି ସ୍ଥାନୀୟ ସଂସ୍କୃତି ଭବନ ପରିସର ଠାରେ ଛତ୍ରପୁର ଜୁନିୟର ଖୋ-ଖୋ ଏସୋସିଏସନର ଏକ ବୈଠକ ଅନୁଷ୍ଠିତ ହୋଇଥିଲ।। ଏଥିରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, କ୍ରିଡାବିତ୍ ପୂର୍ଣ୍ଣ ଚନ୍ଦ୍ର ବେହେରା, ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା, ଯୁବ ସାମ୍ବାଦିକ ବସନ୍ତ କୁମାର ମହାରଣା, ଅବସରପ୍ରାପ୍ତ ପୁଲିସ ଅଧିକାରୀ ସୂର୍ଯ୍ୟନାରାୟଣ ପଟ୍ଟନାୟକ, ଜିଲ୍ଲା ଗ୍ରାନ୍ଥାଗାରିକ ଅମୀୟ କୁମାର ଧଳ , ଅବସରପ୍ରାପ୍ତ ଶିକ୍ଷକ ଏ.ବିଶ୍ୱମ୍ବର ପ୍ରମୁଖ ଯୋଗଦେଇ ଜିଲ୍ଲାର ସଦରମହକୁମା ଛତ୍ରପୁର ହେଉଛି କ୍ରିଡା ଏନ୍ତୁଳିଶାଳ । ଏଠାରେ ବହୁ କ୍ରିଡାବିତ୍ ମାନେ ବିଭିନ୍ନ ପ୍ରକାର ଖେଳରେ ଅଂଶ ଗ୍ରହଣ କରି ସହର ଟେକ ରଖିଛନ୍ତି । ଗତ କିଛି ମାସ ତଳେ ଏଠାରେ ଜାତୀୟ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ସଫଳ ଭାବେ ଅନୁଷ୍ଠିତ ହୋଇଥିଲ।। ଖୋ-ଖୋ ଖେଳ ଲୋପ ପାଇ୍ଯାଇଥିବାରୁ ଛତ୍ରପୁର ଖୋ-ଖୋ ଖେଳାଳୀ ମାନେ ପୁଣି ଥରେ ଏହି ସହର ଆଉ ଏକ ଭିନ୍ନ ଧରଣର ପ୍ରତି ଯୋଗିତା କରିବା ନିମନ୍ତେ ମନବଳାଇ ଥିବା ଅଧିକାଂଶ ବକ୍ତା ନିଜ ନିଜ ବକ୍ତବ୍ୟ ରେ କହିଥିଲେ । ଏହି ଆଲୋଚନାରେ ଖୋ –ଖୋ ଏସୋସିଏସନର ବହୁ ଖୋ-ଖୋ ଖେଳାଳି ବୈଠକ ଖୋ-ଖୋ ଖେଳର କାର୍ଯ୍ୟକାରିତା ଏବଂ ପ୍ରତି ଯୋଗିତା ସଂପର୍କ କହିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପିଇଟି ଶିକ୍ଷକ କେ.ସୁନିଲ ରାଓ, ସୁଶାନ୍ତ କୁମାର ଦାସ, ଗୈାରୀ ଶଙ୍କର ମହାନ୍ତି, ପି.ଅରୁଣା ରେଡ୍ଡୀ, ସନିୟର ଖୋ-ଖୋ ଖେଳାଳୀ ସୁରେଶ ଦାସ, ବାବୁ ଦାସ, କାଶିନାଥ ପ୍ରଧାନ, ପ୍ରଭାତ କୁମାର ଦାସ, ସଂଜୟ ଦାସ, ସନ୍ତୋଷ ନାୟକଙ୍କ ସମେତ ବହୁ କ୍ରୀଡିବିତ୍ ଯୋଗଦେଇ ଆଲୋଚନା କରିଥିଲେ । ଶେଷରେ ପିଇଟି ଶିକ୍ଷକ କେ.ସୁନିଲ ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ