ଜୁନିୟର ରେଡକ୍ରସ୍ ତରଫରୁ ବିଶ୍ଵ ଏଡସ ଦିବସ ପାଳିତ

ଚିକିଟି,(ପୁଷ୍ପାଞ୍ଜଳୀ ମିଶ୍ର):ପାତ୍ରପୁର ବ୍ଳକ ତଣ୍ଡିପୂର ପଞ୍ଚାୟତ ପୋଲରଜପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜୁନିୟର ରେଡକ୍ରସ ତରଫରୁ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ଜୁନିୟର ରେଡକ୍ରସ୍ ଆବାହକ ତଥା ପ୍ରଧାନ ଶିକ୍ଷକ ଶ୍ରୀ ରାଜେଶ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟ – ସେବା ସହ ବିଶ୍ଵ ବନ୍ଧୁତା ଲକ୍ଷ୍ୟ ନେଇ କାମ କରିବା ହେଉଛି ଏହି ଦିବସର ମୂଳ ଉଦ୍ଦେଶ୍ୟ। ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଧାରଣ ଜ୍ଞାନ, ସ୍ଲୋଗାନ ଏବଂ ବତ୍କୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଡ଼ସ ଭଳି ମାରାତ୍ମକ ରୋଗ କିଭଳି ମାନବ ସମାଜ ରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି ତା’ର ପ୍ରତିକାର ବେକଳ ସଚେତନ ରହିବା ଜରୁରୀ ହେଉଛି। ଏଡ଼ସ ରୋଗର ଔଷଧ, ସଚେତନ ଏକ ମାଧ୍ୟମ। ଏହି ରୋଗ କିପରି ଜଣେ ବ୍ୟକ୍ତି ଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସଂକ୍ରମିତ ହୁଏ ଏବଂ ଥରେ ଜଣକୁ ଏଡ଼ସ ଆକ୍ରାନ୍ତ ହେଲେ କିଭଳି ଅଧିକା ଦିନ ବଞ୍ଚିବା ଅସମ୍ଭବ ହୋଇ ପଡେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଡ଼ସ ରୋଗ ଠାରୁ ଦୂରରେ ରହିବା, ଏଡ଼ସ ରୋଗୀ ଠାରୁ ନୁହଁ, ଏହି ରୋଗୀ ସହିତ ମିଶିଲେ ଏକାଠି ବସିଲେ ଏହି ରୋଗ ବ୍ୟାପିବ ନାହିଁ। ତେଣୁ ଏଡ଼ସ ରୋଗୀଙ୍କୁ ସମାଜରେ ଘୃଣା ନକରି, ସେମାନଙ୍କୁ ଉପଯୁକ୍ତ ସେବା ଓ ଆବଶ୍ୟକୀୟ ସହଯୋଗ ଦେବା। ସେଲୁନ ରେ ଖିଅର ହେବା ସମୟରେ ନୂତନ ବ୍ଲେଡ୍ ଏବଂ ଇଞ୍ଜେକସନ ନେବା ବେଳେ ନୂଆଁ ସିରିଞ୍ଜି ବ୍ୟବହାର କରିବା, ସହିତ ଏଡ଼ସ ରୋଗର କେତେକ ଲକ୍ଷଣ ବିଷୟରେ ଆଲୋଚନା କରାଯାଇଥିଲା। ବିବାହ ପୂର୍ବରୁ ପୁଅ ଓ ଝିଅର ଏଡ଼ସ ପରୀକ୍ଷା ନିଶ୍ଚିତ କରିବା ପାଇଁ ନିୟମକୁ କଡାକଡି ପାଳନ କରିବା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଅରୁଣ କୁମାର ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ