ଜୁନିୟର ରେଡକ୍ରସ ଆନୁକୁଲ୍ୟରେ ପ୍ରାଥମିକ ଉପଚାର ଓ ପାନୀୟ ଜଳ ବଣ୍ଟନ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଗଡଚଣ୍ଡୀ ପୀଠରେ ଆଜି ପବିତ୍ର ମକର ପର୍ବ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ଜୁନିୟର ରେଡକ୍ରସ ହାଟଡିହି ବ୍ଲକ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଦୁଇଦିନ ଧରି ପ୍ରାଥମିକ ଉପଚାର କେନ୍ଦ୍ର ଓ ପାନୀୟଜଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଜୁନିୟର କାଉନସିଲର ମାଧବାନନ୍ଦ ଜେନା, ନବଘନ ନାୟକ, ଆନନ୍ଦ ଚନ୍ଦ୍ର ସାହୁ, କବିତା ମଞ୍ଜରୀ ଆୟଚଙ୍କ ତତ୍ୱାବଧାନରେ ନବ କିଶୋର ପହି, ସତ୍ୟବ୍ରତ ସଝା, ଓମପ୍ରକାଶ ସେଠୀ, ରତିରଞ୍ଜନ ରାଉତ, ରୁଦ୍ରନାରାୟଣ ରାଉତ, ଆୟୁଶ ଆର୍ଯ୍ୟମାନ ନାୟକ, ବିଶ୍ୱଜିତ ମହାନ୍ତି, ଶୁଭମ କୁମାର ସ୍ୱାଇଁ ପ୍ରମୁଖ ଛାତ୍ରମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।