ଜୁନିୟର ରେଡ଼କ୍ରସ ପ୍ରଶିକ୍ଷଣ ପରାମର୍ଶ ଶିବିର ଉଦଯାପିତ

ଗଂଜାମ, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ ଠାରେ ପାଞ୍ଚ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତ୍ରରୀୟ ଜୁନିୟର ରେଡ଼କ୍ରସ ପ୍ରଶିକ୍ଷଣ ପରାମର୍ଶ ଶିବିର ଉଦଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଅଧିକାରୀ ସନାତନ ପାଣ୍ଡଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପିତ ଶିବିରରେ ମୁଖ୍ୟଅତିଥି ରୂପେ ଓସେପାର ରାଜ୍ୟ ନିର୍ଦ୍ଦେଶକ ବିଜୟାପାତ୍ର, ମୁଖ୍ୟବକ୍ତା ରୁପେ ଜେଆରସିର ରାଜ୍ୟ କର୍ମକର୍ତା ଲକ୍ଷଣ ସାହୁ, ସମ୍ମାନୀତ ଅତିଥି ରୂପେ ଓସେପାର ଡେପୁଟି ଡ଼ାଇରେକ୍ଟର ଆରତୀ ରାଉତ, ଏଡିଇଓ ବନିତା ସେନାପତି, ଗଞ୍ଜାମ ବିଇଓ ସୁବାସ ଚନ୍ଦ୍ର ଘଡେଇ, ଏସ.ବି.ଆଇ ଗଞ୍ଜମ ଶାଖାର ମୁଖ୍ୟପ୍ରବନ୍ଧ ମହେନ୍ଦ୍ର ବାଗାଦି, ଗଞ୍ଜାମ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାଶ, ଯୋଗ ଦେଇ ଏହି ଶିବିରରୁ ଶିଖିଥିବା ଶିକ୍ଷା ଆପଣ ଙ୍କ ବିଦ୍ୟାଳୟ ରେ ପରିପୁରଣ କରିପାରିଲେ କର୍ମଶାଳା ସଫଳ ହୋଇପାରିବ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏବିଇଓ ବିଜୟ ବେହେରା, ପ୍ରଧାନଶିକ୍ଷକ କବିରାଜ ଦାଶ, ରବୀନ୍ଦ୍ର ନାଥ ନେପାକ, ଆଇ ପି ଭାଗିରଥି ସ୍ବାଇଁ ପ୍ରମୁଖ ମଞ୍ଚାସିନ ଥିଲେ ।ଏହି ଅବସର ରେ ଭଲ କାଉନସିଲର ରୂପେ ଶିକ୍ଷୟତ୍ରୀ କଲ୍ୟାଣୀ କୁମାରୀ ପାତ୍ର , ସୋନିଆ ଦେବୀ,ଶିକ୍ଷକ ଅନ୍ତର୍ଯ୍ୟାମୀ ଗୌଡ଼, ପ୍ରମୁଖ ଙ୍କୁ ସମ୍ମାନୀତ କରାଯାଇଥିଲା । ଭାରତୀ ବିଦ୍ୟା ପୀଠର କ୍ରୀଡ଼ ଶିକ୍ଷକ ପ୍ରୀତିରଞ୍ଜନ ପ୍ରଧାନ ଗୁରୁଛାତ୍ର କଲ୍ୟାଣ ପାଣ୍ଠି କୁ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସିଆରସିସି ଦାମୋଦର ପଣ୍ଡା, ମାହେଶ୍ୱ ବେହେରା, ରବୀନ୍ଦ୍ର କୁମାର ସେଠୀ, ଶିକ୍ଷକ ଦୂର୍ଗା ପ୍ରାସାଦ ପଟନାୟକ, ନିରଞ୍ଜନ ମହାପାତ୍ର, ବିପ୍ର ଚରଣ ସାହୁ, ସୂର୍ଯ୍ୟନାରାୟଣ ଦାଶ, ମନୋଜ ସାହୁ, ଶିକ୍ଷଯାତ୍ରୀ ରାଜଲଷ୍ମୀ ରେଡି, ସୁନିତା ଗୌଡ଼, କ୍ଲର୍କ ହରିହର ବାରିକ, ପ୍ରମୁଖ ପରିଚାଳନା କରିଥିଲେ ।ଏଥିରେ ବାଇଶିଟି ବ୍ଲକର ଦୁଇଶହ ଦଶ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ