ଜୁନ୍‌ ୧୭ ଯାଏଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

ଭୁବନେଶ୍ବର: ଜୁନ୍‌ ୧୭ ଯାଏଁ ରାଜ୍ୟର ସବୁ ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି। ସ୍କୁଲ କଲେଜ ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବାର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମୁକାବିଲା ପାଇଁ ଏପ୍ରିଲ୍‌ ୧୪ ଯାଏଁ ଦେଶରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଏହାକୁ ଏପ୍ରିଲ୍‌ ୩୦ ଯାଏଁ ବୃଦ୍ଧି କରିବାକୁ କେନ୍ଦ୍ରକୁ ସୁପାରିଶ୍‌ କରିଛନ୍ତି ନବୀନ ପଟ୍ଟନାୟକ। ସେହିପରି ଜୁନ୍‌ ୧୭ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଶ୍ରେଣୀର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ରାଜ୍ୟ ସରକାର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା, ବିପିୟୁଟି ଓ ଭିସୁଟ୍ ପରିଚାଳିତ ସମସ୍ତ ସେମିଷ୍ଟାର ଓ ଫାଇନାଲ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଛନ୍ତି। ତେବେ ଜୁନ୍‌ ୧୭ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ପରେ ଯୁକ୍ତ ଦୁଇ ପରୀକ୍ଷା ଓ ବିପିୟୁଟି ଓ ଭିସୁଟ୍‌ ଦ୍ବାରା ପରିଚାଳିତ ପରୀକ୍ଷାଗୁଡିକ କେବେ ହେବ ସେନେଇ କିଛି ସୂଚନା ମିଳିପାରିନାହିଁ। ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ନେଇ କୌଣସି ନିଷ୍ପତ୍ତି ଜଣାପଡିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ