ଜୁନ୍ ୧ରେ କେରଳ ଛୁଇଁବ ମୌସୁମୀ
କୋଚି: ଜୁନ୍ ୧ ସୁଦ୍ଧା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ମେ ୩୧ ତାରିଖ ଆଡ଼କୁ ଦକ୍ଷିଣପୂର୍ବ ଏବଂ ଆଖପାଖ ପୂର୍ବ ଆରବ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଗୁରୁବାର ସୁଦ୍ଧା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆହୁରି ଅଗ୍ରସର ହୋଇ ମାଳଦ୍ବୀପ କୋମୋରିନ୍ ଅଞ୍ଚଳ ଏବଂ ଦକ୍ଷିଣ ବଙ୍ଗୋପସାଗର ଆହୁରି କେତେକ ଅଞ୍ଚଳ, ଆଣ୍ଡାମାନ ସମୁଦ୍ରର ବାକି ଅଞ୍ଚଳ ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ପହଞ୍ଚିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଆହୁରି ଅଗ୍ରସର ହୋଇ ମାଳଦ୍ବୀପ-କୋମୋରିନ୍ ଅଞ୍ଚଳର ଆହୁରି ଅଧିକ ଅଞ୍ଚଳକୁ ଚାଲି ଆସିବ। ପୂର୍ବରୁ ଭାରତୀୟ ପାଣିପାଗ କହିଥିଲା କି, ଜୁନ୍ ୬ ତାରିଖ ବେଳକୁ ମୌସୁମୀ ବାୟୁ କେରଳରେ ପହଞ୍ଚିବ। ଏହି ସମୟ ସୀମାରେ ଚାରି ଦିନ ଏପଟ ସେପଟ ହୋଇପାରେ।


