ଜୁନ୍ ୨୦୨୨ ପାଇଁ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଜୁନ୍ ମାସ ୨୦୨୨ ବର୍ଷ ପାଇଁ ୬, ୧୩, ୨୦ ଓ ୨୭ ତାରିଖ ଦିନ ଜିଲ୍ଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଜୁନ୍ ୬ ତାରିଖ ଦିନ ଔପଦା ବ୍ଲକ କାର୍ଯ୍ୟାଳୟ, ଜୁନ୍ ୧୩ ତାରିଖ ଦିନ ବାହାନଗା ବ୍ଲକ କାର୍ଯ୍ୟାଳୟ, ଜୁନ୍ ୨୦ତାରିଖ ଦିନ ସୋର ବ୍ଲକ କାର୍ଯ୍ୟାଳୟ ଏବଂ ଜୁନ୍ ୨୭ ତାରିଖ ଦିନ ସିମୁଳିଆ ବ୍ଲକ କାର୍ଯ୍ୟାଳୟରେ ଏହା ଅନୁଷ୍ଠିତ ହେବ । ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହିବେ । ଏଥିରେ ଜନସାଧାରଣ ସେମାନଙ୍କର ବିଭିନ୍ନ ଅଭିଯୋଗ ଉପସ୍ଥାପନ କରିପାରିବେ ।


