ଜୁନ ୧୦ରୁ ମଦ ଶସ୍ତା

ନୂଆଦିଲ୍ଲୀ: ଦିଲ୍ଲୀରେ ମଦ ଶସ୍ତା ହେବ | ଆସନ୍ତା ଜୁନ୍ ୧୦ରୁ ଦିଲ୍ଲୀ ସରକାର ମଦ ଉପରେ ଲାଗୁ କରିଥିବା ୭୦ ପ୍ରତିଶତ କରୋନା ସେସ ପ୍ରତ୍ୟାହାର କରୁଛନ୍ତି। ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ମଦ ଉପରେ ୫ ପ୍ରତିଶତ ଭାଟ୍ ବୃଦ୍ଧି କରାଯାଇଛି। ମଦ ମୂଲ୍ୟରେ ଏଣିକି ୨୫ ପ୍ରତିଶତ ଭାଟ ଲାଗୁ କରାଯିବ | ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣ ସମୟରେ ମଦ ଦୋକାନ ଖୋଲିବାର ନିଷ୍ପତ୍ତି ନିଆଯାଇଥିଲା । ଏହି ସମୟ ମଧ୍ୟରେ ହଜାର ହଜାର ଲୋକ ମଦ ଦୋକାନରେ ଭିଡ଼ ଜମାଇଥିଲେ। ଏହାକୁ ରୋକିବା ପାଇଁ ସରକାର ୭୦ ପ୍ରତିଶତ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ବାସ୍ତବରେ ଲକଡାଉନ୍ ୩.୦ ସମୟରେ ଦିଲ୍ଲୀରେ ମଦ ବିକ୍ରି ଆରମ୍ଭ ହୋଇଥିଲା। ମେ ୪ ରେ ମଦ ଦୋକାନରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା। ସାମାଜିକ ଦୂରତା ବାଧାପ୍ରାପ୍ତ ହୋଇଥିବାବେଳେ ପୁଲିସ ଲାଠିଚାର୍ଜ କରିବାକୁ ପଡିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ