ଜୁନ ୨୨ ତାରିଖରେ ଅନୁଷ୍ଠିତ ହେବ ରକ୍ତଦାନ ଶିବିର

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡ଼ା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଜୁନ ୧୫ ତାରିଖ ଦିନ ଆମ ପୋଲିସ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇ ଆସନ୍ତା ଜୁନ ୨୨ ତାରିଖରେ ରକ୍ତଦାନ ଶିବିର କରିବାକୁ ସ୍ଥିର ହୋଇଥିବା ଜଣାପଡିଛି । ଏହି ବୈଠକରେ ବାଲିପଦର ଆରକ୍ଷୀ ନିରୀକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ବିଧାୟକ ପ୍ରତିନିଧି କେ. ତ୍ରିଲୋଚନ ଦୋରା, ସାଂସଦ ପ୍ରତିନିଧି ବସନ୍ତ କୁମାର ଦଳାଇ, ସୁରେଶ ଚନ୍ଦ୍ର ଦାଶ, ବିଶ୍ଵମୋହନ ମିଶ୍ର, ସୁଧାଂଶୁ ଶେଖର ପାଢ଼ୀ, ଗଙ୍ଗାଧର ବିଷୋୟୀ, କୃଷ୍ଣ ଚନ୍ଦ୍ର ରା, ବବୁଲ ନାୟକ, ଭାଗବାନପୁର ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ, ଜାନାକୀ ବଲ୍ଲଭ ରାଉତ, ଟି. ସତ୍ୟନାରାୟଣ ପାତ୍ର, ଡିଲେଶ୍ଵର ପାତ୍ର, ସୁବ୍ରତ ରାଖଲ ଦାସ ପ୍ରମୁଖଙ୍କ ସମେତ ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି, ଓ ସ୍ୱେଛାସେବୀ ଉପସ୍ଥିତ ଥିଲେ l ବୈଠକରେ ରକ୍ତଦାନ ଶିବିର ପରିଚାଳନା ପାଇଁ ଏକ କମିଟି ଗଠନ କରାଯିବ ସହ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ