ଜୁନ ୫ପରେ ନୂଆ ପରୀକ୍ଷା ସୂଚୀ ଜାରି କରିବ ୟୁପିଏସସି

ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀ କାରଣରୁ ଦେଶବ୍ୟାପୀ ଲାଗୁ ହୋଇଥିବା କଟକଣାର ତୃତୀୟ ପର୍ଜ୍ୟୟ ପରେ ଉତ୍ପନ୍ନ ହୋଇଥିବା ସ୍ଥିତିର ସମୀକ୍ଷା ଲାଗି ଆଜି କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି)ର ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଅନେକ କଟକଣା ଜାରି ରହିଥିବା କାରଣରୁ ଆୟୋଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ଯେ ବର୍ତ୍ତମାନ ସମୟରେ ପରୀକ୍ଷା ଓ ସାକ୍ଷାତକାର ଆରମ୍ଭ କରିବା ସମ୍ଭବ ହେବ ନାହିଁ । ତେବେ କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ଵାରା କ୍ରମାଗତ ଭାବେ ଘୋଷଣା କରାଯାଉଥିବା କଟକଣା କୋହଳକୁ ଦୃଷ୍ଟିରେ ରଖି ଆୟୋଗ ପକ୍ଷରୁ ଚତୁର୍ଥ ପର୍ଜ୍ୟୟ ଲକଡାଉନ ସରିବା ପରେ ପୁଣିଥରେ ଏକ ସ୍ଥିତି ସମୀକ୍ଷା ବୈଠକ ଆୟୋଜନ ଲାଗି ନିଷ୍ପତ୍ତି ନେଇଛି । ଗତ ଦୁଇ ମାସର ଅବଧି କାଳରେ ସ୍ଥଗିତ ହୋଇଥିବା ବିଭିନ୍ନ ପରୀକ୍ଷା ଓ ସାକ୍ଷାତକାର ପ୍ରାର୍ଥୀମାନଙ୍କୁ ସ୍ପଷ୍ଟ ସୂଚନା ଦେବା ଲାଗି ଜୁନ ୫, ୨୦୨୦ରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ପରୀକ୍ଷାର ସଂଶୋଧିତ ସାରଣୀ ଜାରି କରାଯିବ। ପରୀକ୍ଷା ସହ ଜଡ଼ିତ ନୂଆ କାର୍ଜ୍ୟୟକ୍ରମର ବିବରଣୀ ଆୟୋଗର ପରବର୍ତ୍ତୀ ବୈଠକ ପରେ ୟୁପିଏସସିର ୱେବସାଇଟରେ ଜାରି କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ