‘ଜୁମର ଓଡ଼ିଆ’ର ଦଶହରା ଭେଟଘାଟ
ବାଲେଶ୍ୱର, (ସରୋଜ ପଣ୍ଡା):‘ଜୁମର ଓଡ଼ିଆ’ ଅନୁଷ୍ଠାନ ପକ୍ଷରୁ ‘ଦଶହରା ଭେଟଘାଟ-୨୦୨୧’ ଓ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ.ରତ୍ନାକର ସିଂହ ଏଥିରେ ସଭାପତିତ୍ୱ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଜୁମର ସାହିତ୍ୟର ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ । ମହମ୍ମଦ ଇନାୟତ ଅଲି, ମଧୁସୂଦନ ମିଶ୍ର, ଆଜିମ ବାଲେଶ୍ୱରୀ, ପ୍ରବୀର କମିଳା, ପ୍ରଭାତ କୁମାର ଆଚାର୍ଯ୍ୟ, ସୁବାସ ସ୍ୱାଇଁ, ସମର ବଲଭ ଭୋଇ, ସଙ୍ଗୀତା ବାରିକ, ହରେରାମ ଦାସ, ରାଜେଶ୍ୱରୀ ପଣ୍ଡା ପ୍ରମୁଖ କବି ଓ କବୟିତ୍ରୀ ଏଥିରେ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ ।


