ଜୁଲାଇ ୨୧ରେ ସ୍ୱତନ୍ତ୍ର ଓଜେଇ ପରୀକ୍ଷା
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ) ସ୍ୱତନ୍ତ୍ର ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବି.ଟେକ ଲାଟରାଲ ଏଣ୍ଟ୍ରି ବି.ଟେକ, ଏମ.ବି.ଏ, ଏମ.ସି.ଏ , ଲାଟରାଲ ଏଣ୍ଟ୍ରି ଏମ.ସିଏରେ ନାମ ଲେଖାଇବା ପାଇଁ ସମୟସୀମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଜୁଲାଇ ୭ରେ ଆବେଦନର ଶେଷ ତାରିଖ ଥିବାବେଳେ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିଆଗରେ ରଖି ଏହାର ତାରିଖକୁ ବୃଦ୍ଧି କରାଯାଇଛି । ପୁର୍ବ ନିର୍ଦ୍ଧାରିତ ନିୟମାନୁଯାଇ ଜୁଲାଇ ୧୫ରୁ ଛାତ୍ରଛାତ୍ରମାନେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ , ଏବଂ ଜୁଲାଇ ୨୧ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲ୍ି ଓଜେଇ କର୍ତୁପକ୍ଷ ସୁଚନା ଦେଇଛନ୍ତି ।


