ଜୁଲାଇ ୩୧ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ମନା: ଜିଲ୍ଲାପାଳ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): କରୋନା କଟକଣାକୁ କଠୋର କଲେ ଜିଲ୍ଲା ପ୍ରଶାସନ। ସାଧାରଣ ଲୋକଙ୍କ ପାଇଁ ସରକାରୀ କାର୍ଯ୍ୟାଳୟ ମନା। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ଯିବାକୁ ବାରଣ କଲେ ଜିଲ୍ଲାପାଳ । ଟୁଇଟ୍ ମାଧ୍ୟମରେ ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।ସବୁଠୁ ସାଂଘାତିକ ସ୍ଥିତି ଏବେ ଗଞ୍ଜାମରେ ଥିବାରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।ହାତରୁ ଖସି ଖସି ଚାଲିଛି ଏହି ଜିଲ୍ଲା। ତେଣୁ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା କରିବା ପାଇଁ ୨ଜଣ ଆଇଏଏସ୍‌ଙ୍କ ସମେତ ୬ ଜଣ ଓଏଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ