ଜୁଲାଇ ୫ରେ ପ୍ରଥମଥର ପାଇଁ ସାଧାରଣ ବଜେଟ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥ ମନ୍ତ୍ରୀ
ଯୁଗାବ୍ଦ ନ୍ୟୁଜ , ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ପ୍ରଥମଥର ପାଇଁ ସାଧାରଣ ବଜେଟ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳଆ ସୀତାରମଣ । ମାତ୍ର ଏଥିପୁର୍ବରୁ ଅର୍ଥମନ୍ତ୍ରୀ ନିର୍ମଳୀ ସାତାରମଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଦେଖା କରିଛନ୍ତି । ଦିଲ୍ଲୀର ନର୍ଥ ବ୍ଲକରେ ଜୋରସୋରରେ ବଜେଟ ଛାପା କାର୍ୟ୍ୟ ଚାଲିଛି । ସୁଚନାଯୋଗ୍ୟ, ଆସନ୍ତା ଜୁଲାଇ ୫ ତାରିଖରେ ନିର୍ମଳା ସୀତାରମଣ ପ୍ରଥମଥର ପାଇଁ ବଜେଟ ଉପସ୍ଥାପନା କରିବେ । ବଜେଟ୍ ପୂର୍ବରୁ ଦୁଇ ନେତାଙ୍କର ସାକ୍ଷାତକାର ବେଶ୍ ଗରୁତ୍ୱ ବହନ କରୁଛି ।ଗତ ସପ୍ତାହରେ ରାଜ୍ୟମାନଙ୍କର ଅର୍ଥମନ୍ତ୍ରୀଙ୍କ ସହ ନିର୍ମଳା ସୀତାରମଣଙ୍କର ସାକ୍ଷାତକାର ହୋଇଥିଲା । ଏଥିରେ ଦେଶର ବିକାଶରେ ରାଜ୍ୟମାନଙ୍କ ସହଯୋଗ ଲୋଡ଼ିଥିଲେ । ରାଜ୍ୟ ଓ କେନ୍ଦ୍ର ଏକାଠି ହୋଇ କାମ ନ କଲେ କୌଣସି ଲକ୍ଷ୍ୟ ହାସଲ କରିହେବ ନାହିଁ ବୋଲି ନିର୍ମଳା ସୀତାରମଣ ପ୍ରକାଶ କରିଥିଲେ ।