ଜୁଲାଇ ୮ ରେ ସାପ୍ଲିମେଣ୍ଟରୀ ପରୀକ୍ଷା
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମେଟ୍ରିକ ସପ୍ଲିମେଣ୍ଟରୀି ପରୀକ୍ଷା ଜୁଲାଇ ୮ ତାରିଖ ଠାରୁ ଆରମ୍ଭ ହୋଇ ୧୪ ତାରିଖରେ ଶେଷ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ସଂପାଦକ ରାମାଶିଷ ହାଜରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଚଳିତ ବର୍ଷ ମେ ୨୧ ତାରିଖରେ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପାଶହାର କମ ରହିଛି ।ମୋଟ ୫ ଲକ୍ଷ ୬୨ ହଜାର ୨୧୩ ଜଣ ପରୀକ୍ଷା ଦେଇଥô୍ଲେ ସେଥିରୁ ୩ ଲକ୍ଷ ୯୭ ହଜାର ୧୨୫ ଜଣ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଥô୍ଲେ । ସେହିଭଳି ୨୮୯ ବିଦ୍ୟାଳୟରେ ଶତପ୍ରତିଶତ ପାଶହାର ଥିବାବେଳେ ୮୨ ସ୍କୁଲରେ ଫଳାଫଳଳ ଶୁନ ହୋଇ୍ଥିଲା ।