ଜେଇଇ ମେନ୍ ରେଜଲ୍ଟ : ଦେବାଶିଷ ପଣ୍ଡା ଓଡ଼ିଶାର ଟପ୍ପର୍
ନୂଆଦିଲ୍ଲୀ (ୱାଇଏନ୍ଏସ୍ ) : ଆଜି ‘ନ୍ୟାସ୍ନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି’ ‘ଜେଇଇ (ମେନ୍)-୨୦୨୧ (ମାର୍ଚ ସେସନ୍)’ ପ୍ରଥମ ପେପର୍ର (ବି.ଇ./ବି.ଟେକ୍) ଫଳାଫଳ ପ୍ରକାଶ କରିଛି । ୯୯.୯୫ ପ୍ରତିଶତ ନମ୍ବର ରଖିଥିବା ଦେବାଶିଷ ପଣ୍ଡା ଓଡ଼ିଶାର ଟପ୍ପର୍ ହୋଇଛନ୍ତି ।ଏହାଛଡ଼ା, ତେଲେଙ୍ଗାନା, ପଶ୍ଚିମବଙ୍ଗ, ଦିଲ୍ଲୀ, ବିହାର, ରାଜସ୍ଥାନ, ତାମିଲ୍ନାଡୁ ଓ ମହାରାଷ୍ଟ୍ରର ୧୩ଜଣ ପରୀକ୍ଷାର୍ଥୀ ୧୦୦% ନମ୍ବର ରଖିଥିବା ଫଳାଫଳ ତାଲିକାରେ ଉଲ୍ଲେଖ କରାଯାଇଛି । ୨୦୨୧ ମାର୍ଚ୍ଚ ୧୬ରୁ ୧୮ ପର୍ଯ୍ୟନ୍ତ ‘ବି.ଇ./ବି.ଟେକ୍’ ପାଇଁ ହୋଇଥିବା ‘ଜେଇଇ ମେନ୍ ପରୀକ୍ଷାର ପରିଚାଳନା କରିଥିଲା ‘ନ୍ୟାସ୍ନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି’ (ଏନ୍ଟିଏ)। ବିଦେଶର ୧୨ଟି ସହର ସମେତ ଦେଶର ୩୩୪ଟି ସହରରେ ଏହି ପରୀକ୍ଷା କରାଯାଇଥିଲା।


