ଜେଇଙ୍କ ନାମରେ ମିଥ୍ୟା ଦୃନୀତି ଅଭିଯୋଗ
ମାଲକାନଗିରି,(ଓ୍ବାଇଏନ୍ଏସ୍): ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ପଞ୍ଚାୟତ ର କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବେହେରା ଙ୍କ ନାମରେ ବାସ୍ତବ ଟିଭି ନାମକ ଏକ ୱେବ ଚ୍ୟାନେଲରେ ବଡ଼ପଡ଼ା ଠାରୁ ପାଙ୍ଗି ସାହି ପର୍ଯ୍ୟନ୍ତ ଏକ ସିସି ରୋଡ଼ ରେ ଦୃନୀତି ହୋଇଥିବା ଅଭିଯୋଗ ଆଣି ଖବର ପ୍ରଶାରଣ କରିଥିଲେ, ଉକ୍ତ ଦୃନୀତି ତଥ୍ୟ କୁ ଆଧାର କରି ଆମେ ବଡ଼ପଡ଼ା ପିଇଓ ଓ ଜେଇ ଙ୍କ ଠାରୁ ବୁଝିଲୁ ଉକ୍ତ ବଡ଼ପଡ଼ା ବଡ଼ପଡ଼ା ଠାରୁ ପାଙ୍ଗି ସାହି ନାମରେ କୌଣସି କାମ ଅନୁମୋଦନ ହୋଇନି, କେସ ରେକର୍ଡ ନାହିଁ,ବିଲ ବିଲ ମଧ୍ୟ ନାହିଁ ବୋଲି ଉଭୟେ ପ୍ରକାଶ କରିଥିଲେ, ମାତ୍ର ବଡ଼ପଡ଼ା ପାଙ୍ଗି ସାହି ଠାରୁ ଟିକେ ଦୂରରେ ବର୍ଷା ଦିନେ ବେସି କାଦୁଅ ହେଉଥିବା ସ୍ଥାନରେ ଏକ ସିସି ରୋଡ଼ ହୋଇଛି ମାତ୍ର ତାର 77 ମିଟର କାମ ହୋଇଛି ସମସ୍ତ ବିଲ ମଧ୍ୟ ପ୍ୟାମେଣ୍ଟ ହୋଯାଇଛି ବୋଲି ତଥ୍ୟ କୁ ଆଧାର କରି ଆମେ ବଡ଼ପଡ଼ା ଯାଇଥିଲୁ ବଡ଼ପଡ଼ା ରୁ ପାଙ୍ଗି ସାହି କୁ କିଛି କାମ ହୋଇନଥିଲା କିନ୍ତୁ ତାର ଗାଁ ଟିକଟରେ ମଶାଣି ରାସ୍ତା ସ୍ଥାନ ନାମରେ ଏକ ସିସି ରାସ୍ତା ହୋଇ କାମ ଦେଖିଲୁ ଅଭିଯୋଗ କରିଥିବା ଠିକାଦାର ବଳରାମ ଟାଙ୍ଗୁଲୁ ଙ୍କୁ ମଧ୍ୟ ଭେଟିଲୁ ସେ 80 ମିଟର କାମ କରି ତିନି ଲକ୍ଷ ଟଙ୍କା ପାଇ ଥିବା କହିଥିଲେ, ମାତ୍ର ଠିକାର କହିବା ଅନୁଯାଇ ଉକ୍ତ କାମରେ ତାଙ୍କର ଅଧିକ 25 ଟଙ୍କା ଖର୍ଚ୍ଚ ହୋଇଛି ଉକ୍ତ ଟଙ୍କାକୁ ଫେରି ପାଇବା ଉଦେଶ୍ୟରେ କାମଟିକୁ ଚାରିଲକ୍ଷ ଟଙ୍କାର କାମ ବୋଲି ଉକ୍ତ ୱବେ ଚ୍ୟାନେଲ ରେ ବାଇଟି ଦେଇଥିଲେ ମାତ୍ର ଉକ୍ତ ବାଇଟିକୁ କେନ୍ଦ୍ର କରି ଦୃନୀତି ର ରୂପ ଦିଆଯାଇଛି. ଉକ୍ତ ଜେଇଙ୍କ ନାମରେ ଉକ୍ତ ମିଛ ଦୃନୀତି ଆରୋପ କୁ ବ୍ଲକ ପ୍ରଶାସନ ସହ ପିଇଓ ତଥା ଜେଇ ଜଗନ୍ନାଥ ବେହେରା ଦୃଢ ନିନ୍ଧା କରିଛନ୍ତି |