ଜେଇ ଠିକାଦାର ମିଲିଭଗତ କୋମଳମତି ଶିଶୁଙ୍କ ଜୀବନ ବିପଦଶଙ୍କୁଳ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମ ପଞ୍ଚାୟତର ଖଇରାବାଦ ଅଙ୍ଗନୱାଡି କେନ୍ଦ୍ରଟି ଏବେ ଭୁତ କୋଠି ପାଲଟିଛି । କାରଣ କିଛିମାସ ତଳେ ସେଠାରେ ଟାଇଲ ବିଛାଇବା କାର୍ଯ୍ୟ ହୋଇଥିବା ବେଳେ ସବୁଯାକ ଟାଇଲ ଫାଟି ଏବେ ମେଲା ହୋଇଯାଇଛି । ଯୁଆଡେ ଦେଖିବ ସେଆଡେ ଟାଇଲ ଗୁଡିକ ଦବିଯାଇ ଫାଟିଯାଇଛି । ଏହି କେନ୍ଦ୍ରକୁ ଆସୁଥିବା ଶିଶୁମାନେ ତଳେ ବସିପାରୁ ନାହାଁନ୍ତି । ଏହି ଫଟା ଟାଇଲରେ କଟିଯାଇ କେତେକ ଶିଶୁ ଲହୁଲୁହାଣ ହୋଇସାରିଲେଣିି । ଅଭିଭାବକମାନେ ଅଙ୍ଗନୱାଡି କେନ୍ଦ୍ରକୁ ଆଉ ସେମାନଙ୍କ ପିଲାମାନଙ୍କୁ ଛାଡିବା ପାଇଁ ଭୟଭୀତ ହୋଇପଡିଥିବାବେଳେ କେତେକ ଶିଶୁ କେନ୍ଦ୍ରକୁ ଆସିବାକୁ ଡରିଲେଣି । କାରଣ କେତେବେଳେ କୋଉ ପିଲାର କଣ ହେବ କିଏବା କହିପାରିିବ । ଖଇରାବାଦ ଏବଂ ସୁଜାନଗର ଗ୍ରାମର କୁନିକୁନି କୋମଳମତି ଶିଶୁମାନେ ଏହି କେନ୍ଦ୍ରରେ ପ୍ରାରମ୍ଭିକ ଶିକ୍ଷା ପାଇଥାନ୍ତି । କିନ୍ତୁ ଅଙ୍ଗନୱାଡି କେନ୍ଦ୍ରର ଅବସ୍ଥା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଡଛି । କାନ୍ଥରୁ ଅତଡ଼ା ଅତଡା ହୋଇ ପ୍ଳାଷ୍ଟର ଖସୁଥିବା ବେଳେ ଚୁନଗୁଡାକ କାନ୍ଥରୁ ଧୋଇଗଲାଣି ଓ କେନ୍ଦ୍ରାପଡ଼ା ବ୍ଲକର କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ମିଲି ଭଗତରେ ଖଇରାବାଦ ଅଙ୍ଗନୱାଡି କେନ୍ଦ୍ରକୁ ପୁରା ସରକାରୀ ଅର୍ଥକୁ ହରିଲୁଟ କରାଯାଇଛି । ଖଇରାବାଦ ଅଙ୍ଗନୱାଡି କର୍ମୀ ଏସମ୍ପର୍କରେ କେନ୍ଦ୍ରାପଡ଼ା ବ୍ଲକର ବିଡିଓ ଏବଂ ଗୁଲନଗର ସରପଞ୍ଚଙ୍କୁ ଲିଖିତ ଭାବେ ଜଣାଇଥିଲେ ବି ତାଙ୍କ ଅଭିଯୋଗକୁ କେହି କର୍ଣ୍ଣପାତ କରୁନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଅଭିଭାବକମାନେ କ୍ଷୋଭ ପ୍ରକାଶ କରିବା ସହ ଶିଶୁମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେଠାରେ ଦୁର୍ନୀତି ଚରମ ସୀମାରେ ପହଁଚି ଯାଇଛି । କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ କାର୍ଯ୍ୟକଳାପକୁ ସ୍ଥାନୀୟ ଲୋକେ ଘୋର ନିନ୍ଦା କରିଛନ୍ତି । ଲକ୍ଷ ଲକ୍ଷ ଟଙ୍କା କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ମିଳିମିଶି ଚଳୁ କରୁଥିବା ବେଳେ ଏବେ କୋମଳମତି ଶିଶୁମାନଙ୍କ ଭବିଷ୍ୟତ ବିପଦପୂର୍ଣ୍ଣ ହେବାକୁ ଯାଉଛି । କନିଷ୍ଠ ଯନ୍ତ୍ରୀ ଲକ୍ଷ ଲକ୍ଷ ଟଙ୍କା ଲୁଟି କରି ବାତାନୁକୂଳିତ ଗୃହରେ ଆରାମ୍ରେ ଶୋଇଥିବା ବେଳେ କୋମଳମତି ଶିଶୁମାନେ ବିପଦ ସହିତ ସଂଘର୍ଷ କରୁଛନ୍ତି । ଏହା ହେଉଛି ଆମ ସରକାରୀ ବ୍ୟବସ୍ଥାର ସ୍ପଷ୍ଟ ଚିତ୍ର । ଖାଲି ଦେଖିବାକୁ ବାକି ରହିଲା ଜିଲ୍ଲାପାଳ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେବେ ଦୁର୍ନୀତି ଖୋର କନିଷ୍ଠ ଯନ୍ତ୍ରୀ, ଠିକାଦାର ଏବଂ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏଥି ସହିତ କେବେ ସେହି ଅଙ୍ଗନୱାଡି କେନ୍ଦ୍ର ଗୃହର ପୁନର୍ବାର ମରାମତି କାର୍ଯ୍ୟ ହେଉଛି ।