ଜେଉଠବାହଳି ଗ୍ରାମରେ ଶ୍ରମିକଙ୍କ ସନ୍ଦେହାଜନକ ମୃତ୍ୟୁ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ବାଙ୍ଗୋର ପଞ୍ଚାୟତ ଯେଉଠ ବାହାଳି ଗ୍ରାମରେ ଜଣେ ଶ୍ରମିକଙ୍କ ସନ୍ଦେହାଜନକ ମୃତ୍ୟୁ ହୋଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ରବିନ୍ଦ୍ର ପାତ୍ର(୩୫) ସବୁଦିନ ପରି ଗତକାଲି କାମ କରିବାକୁ ସାଙ୍ଗ ମାନଙ୍କ ସହ ଯାଇଥିଲେ । ମାତ୍ର ଗତକାଲି ସେ ଘରକୁ ଫେରି ନଥିଲେ । ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେବି ତାଙ୍କର ସନ୍ଧାନ ପାଇ ପଥିଲେ । ଆଜି ନିକଟସ୍ଥ ଏକ ବିଲ କିଆରୀରେ ତାଙ୍କ ମୃତଦେହ ପଡିଥିବା ଖବର ପାଇ ପରିବାର ଲୋକେ ତାଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଖବରପାଇ ସୋସୋ ପୁଲିସ ଆନନ୍ଦପୁର ହାକ୍ତରଖାନାରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରାଇ ତଦନ୍ତ ଆରମ୍ଭ କରିଛି ।