ଜେଏନ୍‌ୟୁ ହିଂସା ମାମଲା : ହିଂସା ସୃଷ୍ଟିକାରୀ ଚିହ୍ନଟ

ନୂଆଦିଲ୍ଲୀ : ଜବାହରଲାଲ୍‌ ନେହେରୁ ୟୁନଭର୍ସିଟି (ଜେଏନ୍‌ୟୁ) ହିଂସା ମାମଲାରେ ଦିଲ୍ଲୀ ପୁଲିସ୍‌ କ୍ରାଇମ୍‌ ବ୍ରାଞ୍ଚର ସ୍ପେଶାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ୟୁନିଟି ଏଗେନଷ୍ଟ ଲେଫ୍ଟ ନାମକ ଏକ ହ୍ବାଟସ୍‌ଆପ୍‌ ଗ୍ରୁଫ୍‌ର ଚିହ୍ନଟ କରିଛନ୍ତି । ଏଥିରେ ୬୦ଜଣ ମେମ୍ବର ରହିଛନ୍ତି । ଏହି ଗ୍ରୁପ୍‌ର ୩୭ଜଣଙ୍କୁ ଚିହ୍ନଟ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଏହି ଗ୍ରୁପ୍‌ରେ ୧୦ ଜଣ ବାହାର ଲୋକ ସାମିଲ୍‌ ରହିଛନ୍ତି, ଯେଉଁମାନେ ଏହି ହିଂସା କରାଇଥିଲେ । ଯାଞ୍ଚରୁ ଜଣାପଡିଛି ଯେ, ଏହି ଦୁଇ ଗ୍ରୁପ୍‌ ଅର୍ଥାତ୍‌ ଲେଫ୍ଟ ଓ ରାଇଟ୍‌ର ହିଂସାରେ ବାହାର ଲୋକଙ୍କ ସାହାଯ୍ୟ ନିଆଯାଇଛି । ଜେଏନୟୁର ଛାତ୍ର କ୍ୟାମ୍ପସ୍‌ ଭିତରକୁ ବାହାର ଲୋକଙ୍କୁ ଏଣ୍ଟ୍ରି କରାଇଥିବାବେଳେ ଏହି ଘଟଣାରେ ଜେଏନ୍‌ୟରୁ ସିକ୍ୟୁରିଟି ଗାର୍ଡ ମଧ୍ୟ ସନ୍ଦେହ ଘେରରେ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ